ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଦୁଲାଲ ଚନ୍ଦ୍ର ପ୍ରଧାନ | ସମ୍ବଲପୁର ଲୋକସଭା କ୍ଷେତ୍ରରେ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ଟିକେଟ ଦେଇ ଫେରାଇ ନେବାକୁ ନେଇ ଅସନ୍ତୁଷ୍ଟ ଥିବା ଦୁଲାଲ ଚନ୍ଦ୍ର ପ୍ରଧାନ ଦଳ ଛାଡ଼ିଛନ୍ତି।ଆଜି ସେ ନିଜର ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଗତକାଲି ଭାରତୀୟ ଜାତୀୟ କଂଗ୍ରେସ ରବିବାର ୨ଟି ଲୋକସଭା ଆସନ ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ କଂଗ୍ରେସ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ସେହିପରି ବାରପଦା ଓ ଖଣ୍ଡପଡ଼ା ବିଧାନସଭାରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା।






More Stories
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..