ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ହେଉଛି ନିଆଁ ବର୍ଷା | ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଟ୍ୱିନ ସିଟିକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। କଟକ ଓ ଭୁବନେଶ୍ୱରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଏନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ଟପିଲା ତାପମାତ୍ରା। ୩୮.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ତାଳଚେରରେ ୩୭.୮, ବାଲେଶ୍ଵରରେ ୩୬.୬, କେନ୍ଦୁଝରରେ ୩୬.୪, କଟକରେ ୩୫.୮, ଭଦ୍ରକ ଓ ରାଉରକେଲାରେ ୩୫ ଡିଗ୍ରୀ , ଭବାନୀପାଟଣାରେ ୩୪.୮ , ଭୁବନେଶ୍ଵର ଓ ଝାରସୁଗୁଡାରେ ୩୪.୬ ଡିଗ୍ରୀ, ହୀରାକୁଦରେ ୩୪.୪, ଚାନ୍ଦବାଲିରେ ୩୪.୨ , ବଲାଙ୍ଗୀରରେ ୩୪ ଡିଗ୍ରୀ , କେନ୍ଦ୍ରାପଡା ଓ ଅନୁଗୁଳରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….