ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହ୍ବାଟ୍ସ ଆପ୍ କମ୍ପାନୀ ଅନେକ ସମୟରେ ତାର ୟୁଜର୍ସ ମାନଙ୍କ ନୂଆ ନୂଆ ଫିଚର୍ସ ମାନ ଆଣିଥାଏ। ବର୍ତ୍ତମାନ କୁହାଯାଉଛି ଯେ ହ୍ବାଟ୍ସ ଆପ୍ ଆଜିକାଲି ଏକ ନୂଆ ଆକାଉଣ୍ଟ ରେଜିଷ୍ଟ୍ରେସନ ଫିଚର ଉପରେ କାମ କରୁଛି। ଯାହା ମେସେଜିଂ ଆପର ଆଣ୍ଡ୍ରଏଡ୍ ବିଟା ସଂସ୍କରଣରେ ଦେଖିବାକୁ ମିଳିଛି।WaBetaInfo ରିପୋର୍ଟରେ ଦର୍ଶାଯାଇଛି ଯେ, ହ୍ବାଟ୍ସ ଆପର ନୀତି ଉଲ୍ଲଂଘନ କରୁଥିବା ୟୁଜର୍ସ ମାନଙ୍କୁ ବ୍ଲକ୍ କରିଦିଆଯାଏ। କିଛି ସମୟ ପାଇଁ ୟୁଜର୍ସମାନେ କାହା ସହ ଚାଟିଂ କରିବାରୁ ବଞ୍ଚିତ ରୁହନ୍ତି। ବର୍ତ୍ତମାନ ହ୍ବାଟ୍ସ ଆପ୍ ଅନେକ ପ୍ରକାରର ବ୍ଲକ୍ ମେସେଜିଂ ଏବଂ ସ୍ପାମ୍ ମେସେଜ ଚିହ୍ନଟ କରିବା ପାଇଁ ସ୍ଵୟଂଚାଳିତ ଉପକରଣ ବ୍ୟବହାର କରୁଛି। ଏହି ଉପକରଣ ପ୍ଲାଟଫର୍ମର ଏଣ୍ଡ-ଟୁ ଏଣ୍ଡ ଏନକ୍ରିପସନ୍ କୁ ଆହୁରି ଉନ୍ନତ କରିଥାଏ । ଅନେକ ଲୋକ ହ୍ବାଟ୍ସ ଆପର ଏହି ନୂଆ ଲୁକକୁ ପ୍ରଶଂସା କରୁଥିବାବେଳେ ଆଉ କିଛି ଲୋକଙ୍କୁ ଏହି ନୂଆ ଥିମ୍ ପସନ୍ଦ ଆସିନାହିଁ।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……