Report Card Odisha

| Daily Odia News

ମୋଦି ନର୍ଭସ, ଷ୍ଟେଜରେ କାନ୍ଦି ପାରନ୍ତି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ଏବେ ବହୁତ ନର୍ଭସ ହୋଇ ପଡ଼ିଛନ୍ତି। ତାଙ୍କ ଭାଷଣରୁ ଏହା ଜଣାପଡ଼ୁଛି। ସେ ଏତେ ନର୍ଭସ ହୋଇ ଯାଇଛନ୍ତି ଯେ ଷ୍ଟେଜରେ କେଉଁ ଦିନ କାନ୍ଦି ପାରନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି | କର୍ଣ୍ଣାଟକାର ବିଜାପୁରରେ ଆୟୋଜିତ କଂଗ୍ରେସର ଗୋଟିଏ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧି ଯୋଗ ଦେଇଥିଲେ। ସେ ଏହି ସମୟରେ କହିଛନ୍ତି, “ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ନର୍ଭସ ଥିବା ତାଙ୍କ ଭାଷଣରୁ ଜଣାପଡ଼ୁଛି। ସମ୍ଭବତଃ ଆଗାମୀ ଦିନରେ ସେ ଷ୍ଟେଜରେ ଲୁହ ଝରାଇ ପାରନ୍ତି। ମୋଦି ମୂଳ ସମସ୍ୟା ଓ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ଚାହୁଁଛନ୍ତି। ବେଳେବେଳେ ସେ ଚାଇନା ଓ ପାକିସ୍ତାନ ବିଷୟରେ କହୁଛନ୍ତି ତ ଆଉ କେତେବେଳେ ସେ ଆପଣମାନଙ୍କୁ ପ୍ଲେଟ ବାଡ଼େଇବାକୁ ଓ ମୋବାଇଲର ଫ୍ଲାଶ ଲାଇଟ ଅନ କରିବାକୁ କହୁଛନ୍ତି। ହେଲେ ସେ କେବେ ହେଲେ ଭାରତର ମୂଳ ପ୍ରସଙ୍ଗ ଉଠାଉ ନାହାନ୍ତି।” କଂଗ୍ରେସ ନିର୍ବାଚନୀ ଇସ୍ତହାର ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ମିଛ କହୁଥିବା ଦଳ ଅଭିଯୋଗ କରୁଥିବା ବେଳେ ଏବେ ରାହୁଲ ଗାନ୍ଧି ଏପରି ବୟାନ ରଖଛନ୍ତି।

 

Breaking News