ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ଇଟାୱା ନିକଟସ୍ଥ ଉଦି ମୋର ରୋଡ୍ ରେଳଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାଜସ୍ଥାନର କୋଟାରୁ ପାଟନା ଯାତ୍ରା କରୁଥିବା ଏକ୍ସପ୍ରେସ ଟ୍ରେନ୍ଟି କୌଣସି କାରଣରୁ ଇଟାୱା ପୂର୍ବବର୍ତ୍ତୀ ଷ୍ଟେସନ ଉଦି ମୋର୍ ରୋଡ୍ରେ ଅଟକିଥିଲା। ତେବେ ଷ୍ଟେସନ ମାଷ୍ଟର ନିଘୋଡ ନିଦରେ ଶୋଇପଡିଥିବାରୁ ଉକ୍ତ ଟ୍ରେନ୍କୁ ସବୁଜ ସଙ୍କେତ (ଗ୍ରୀନ୍ ସିଗ୍ନାଲ) ଦେବାକୁ ଭୁଲିଯାଇଥିଲେ। ଟ୍ରେନ୍ର ଲୋକୋ ପାଇଲଟ୍ ବାରମ୍ବାର ହର୍ଣ୍ଣ ବଜାଇଥିଲେ ସୁଦ୍ଧା ଷ୍ଟେସନ ମାଷ୍ଟରଙ୍କ ନିଦ ଭାଙ୍ଗିନଥିଲା। ତେବେ ଅନ୍ୟ କର୍ମଚାରୀମାନେ ଡାକିବା ଫଳରେ ଷ୍ଟେସନ ମାଷ୍ଟର ଧଡପଡ ହୋଇ ଉଠିପଡିଥିଲେ। ୩୦ ମିନିଟ ବିଳମ୍ବରେ ଟ୍ରେନ୍ଟି ଏହି ଷ୍ଟେସନ ଛାଡିଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..