Report Card Odisha

| Daily Odia News

ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଙ୍କ ଘନିଷ୍ଠ ତାଜିନ୍ଦର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୋଟେ ପଟେ ଦେଶରେ ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନେତାଙ୍କର ଦଳ ପରିବର୍ତ୍ତନ ସମସ୍ୟା ତୁଟୁନି | ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟ୍‌କା। ପ୍ରିୟଙ୍କା ଗାନ୍ଧିଙ୍କ ଘନିଷ୍ଠ କୁହାଯାଉଥିବା ହିମାଚଳ ପ୍ରଦେଶ କଂଗ୍ରେସ ପ୍ରଭାରୀ ତାଜିନ୍ଦର ସିଂହ ବିଟ୍ଟୁ କଂଗ୍ରେସ ଛାଡିଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବାର କିଛି ଘଣ୍ଟା ପରେ ହିଁ ସେ ବିଜେପିରେ ସାମିଲ ହୋଇଥିବା ସୂଚନା ମିଳିଛି। ସେ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଜେପି ମହାସଚିବ ବିନୋଦ ତାଓ୍ୱଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।ଏହାପୂର୍ବରୁ ସେ ସୋଶାଲ ମିଡିଆରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଥିଲେ। ସେ ନିଜ ଇସ୍ତଫାପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି। ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତା ଏବଂ ହିମାଚଳ ପ୍ରଦେଶର ଏଆଇସିସି ସହ ପ୍ରଭାରୀ ପଦରୁ ତତ୍କାଳ ପ୍ରଭାବ ସହ ଇସ୍ତଫା ଦେଉଥିବା ଇସ୍ତଫାପତ୍ରରେ ତାଜିନ୍ଦର ଦର୍ଶାଇଛନ୍ତି।

Breaking News