ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରକାଶ ପାଇଛି ୨୦୨୩ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ। ସର୍ବଭାରତୀୟ ସ୍ତରରେ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ। ଅନୁଗୁଳ ଜିଲ୍ଲା ତାଳଚେର ଭାଲୁଗଡିଆ ଗାଁର ଅନିମେଶ ଦ୍ୱିତୀୟ ରାଙ୍କରେ ରହି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ୨୦୨୧ରେ ଅନିମେଶ କମ୍ୟୁଟର ସାଇନ୍ସରେ ଏନଆଇଟି ରାଉରକେଲାରେ ପାଠ ପଢୁଥିଲେ। ୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ରାଙ୍କ ପାଇଥିବା ବେଳେ ୩୬ ନଂ ରାଙ୍କରେ ଅଛନ୍ତି ଆୟୁଷି ପ୍ରଧାନ। ସେହିପରି ଜୟଶ୍ରୀ ପ୍ରଧାନ (୫୨), ଅଭିମନ୍ୟୁ ମଲ୍ଲିକ (୬୦), ଅମ୍ରିତାଂଶୁ ନାୟକ (୧୧୦), ଯଶୋବନ୍ତ ମଲ୍ଲିକ (୧୧୫), ପଦ୍ମନାଭ ମିଶ୍ର (୧୭୬) ସ୍ଥାନରେ ଅଛନ୍ତି। ବିଶ୍ୱଜିତ ପଣ୍ଡା (୩୪୩), ପ୍ରିୟଙ୍କା ପ୍ରିୟଦର୍ଶିନୀ (୩୮୭), ସନ୍ତୋଷ କୁମାର ପାତ୍ର (୪୦୯), ସୌରଭ ଦାସ (୪୬୬), ରାକେଶ କୁମାର ସାହୁ (୫୭୫) ସ୍ଥାନ ଅଳଙ୍କୃତ କରିଛନ୍ତି।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..