Report Card Odisha

| Daily Odia News

ଆତ୍ମଘାତୀ ବିସ୍ଫୋରଣରେ ୨୦ରୁ ଅଧିକ ମୃତ,୩୦ରୁ ଅଧିକ ଲୋକ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରେଷ୍ଟୁରାଣ୍ଟ ବାହାରେ ଆତ୍ମଘାତୀ ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ଉଦ୍ଦାର କରାଯାଇ ସହରର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ- ଶୁକ୍ରବାର ବିଳମ୍ବିତ ରାତିରେ ପୂର୍ବ ଆଫ୍ରିକୀୟ ଦେଶ ସୋମାଲିଆର ରାଜଧାନୀରେ ମୋଗାଦିଶୁରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା । ଦ୍ରୁତ ଗତିରେ ଏକ କାର୍‌ ଆସି ଏହି ଆତ୍ମଘାତୀ ବିସ୍ଫୋରଣ କରିଛି । ଯାହାଫଳରେ କି ଏହି ଆତ୍ମଘାତୀ ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି । ସେହିପରି ବିସ୍ଫୋରଣରେ ୩୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିସ୍ଫୋରଣ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣ ପରେ ଘଟଣାସ୍ଥଳରେ ଗୁଳିମାଡ଼ ହୋଇଛି । ଯେଉଁଥିରେ କି କିଛି ଲୋକ ମୃତାହତ ହୋଇଥିବାର ଅନୁମାନ କରାଯାଉଛି । ତେବେ ସୋମାଲିଆର ବିଭିନ୍ନ ସ୍ଥାନରେ ଅଲ୍‌ସବାବ ଆତଙ୍କୀ ସଂଗଠନ ଅନେକ ବିସ୍ଫୋରଣ କରିଥାଏ । ପୁରା ଦେଶରେ ଆତଙ୍କ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

Breaking News