Report Card Odisha

| Daily Odia News

ବଦଳିଲେ ପୋଲିସ କମିଶନର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଅପରାହ୍ନରେ ଟ୍ୱିନ୍‌ ସିଟିର ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି କମିଶନର ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ କଟକ ଓ ଭୁବନେଶ୍ବର ଟୁଇନ୍‌ ସିଟିରେ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ , ଏବଂ ପୋଲିସ ଓ ପବ୍ଲିକ ମଧ୍ୟରେ କେମିତି ସୁସମ୍ପର୍କ ସ୍ଥାପନ ହୋଇପାରିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଖବର ଅନୁଯାୟୀ, ସୋମବାର କଟକ-ଭୁବନେଶ୍ଵର ପୋଲିସ କମିଶନରଙ୍କ ବଦଳି କରିଥିଲେ ରାଜ୍ୟ ସରକାର । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କମିଶନରେଟ୍‌ ପୋଲିସର ନୂତନ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ୧୯୯୫ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି । ପ୍ରିୟଦର୍ଶୀ ବର୍ତ୍ତମାନ ଟ୍ଵିନ୍ ସିଟିର କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନ ନେବେ। ସୁଧାଂଶୁ ଷଡଙ୍ଗୀଙ୍କୁ ଓଡିଶା ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

Breaking News