ରିପୋର୍ଟ କାର୍ଡ / ବାଲେଶ୍ଵର
ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଛି ଯାତ୍ରୀବାହୀ ବସ୍। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ ଯାତ୍ରୀ। ସୂଚନା ଅନୁସାରେ- ଆଜି ଦାକ୍ଷାୟାନୀ ନାମକ ଯାତ୍ରୀବାହୀ ବସ୍ ବାଲେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିଲା। ବିଳମ୍ବିତ ରାତ୍ରିରେ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା। ସୌଭାଗ୍ୟ ବଶଃତ ବଡ଼ ଦୁର୍ଘଟଣାରୁ ବସ୍ରେ ଥିବା ୫୦ ଯାତ୍ରୀ ବର୍ତ୍ତି ଯାଇଥିଲେ। ଡ଼୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍ରେ ସେମାନଙ୍କ ଗନ୍ତ୍ୟବସ୍ଥଳକୁ ପଠାଯାଇଥିଲା। ବସ୍ତା ପୋଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି |






More Stories
ଝଡ଼ବର୍ଷା ସମ୍ଭାବନା !ୟେଲୋ ଓ୍ବାର୍ନିଂ ଜାରି…..
ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ହିଁ ଏକମାତ୍ର ସମାଧାନ…..
ବିନା ଫିଟନେସ୍, ବୀମା, ପରମିଟ୍ରେ ଗାଡ଼ି ଚଳାଇଲେ ହେବ ଜବତ…..