ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ବିଭିନ୍ନ ସ୍ଥାନରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ | ଏକୋଣରୁ ସେ କୋଣ ସବୁ ଆଡେ ନିଆଁ | ରାଜ୍ୟରେ ବନ ବିଭାଗ କର୍ମଚାରୀ ତଥା ଫିଲ୍ଡରେ କାମ କରୁଥିବା କର୍ମଚାରୀଙ୍କ ଛୁଟି ଉପରେ ଲାଗିଲା କଟକଣା । ଜଙ୍ଗଲରେ ନିଆଁ ଲାଗିବା ଘଟଣା ପରେ ଏଭଳି ପଦକ୍ଷେପ ନେଇଛି ଜଙ୍ଗଲ ବିଭାଗ । ଅତି ଜରୁରୀ କାମ ନଥିଲେ କେହି କର୍ମଚାରୀ ଛୁଟି ନେଇ ପାରିବେନାହିଁ । ଯଦି ଅତି ଆବଶ୍ୟକ ପଡ଼େ ତେବେ ପିସିସିଏଫ୍ଙ୍କ ପାଖରେ ଆବେଦନ କରି କର୍ମଚାରୀ ଛୁଟି ନେଇ ପାରିବେ ବୋଲି ସୂଚନା ମିଳିଛି । କିଏ ନିଆଁ ଲଗାଇଛି କାହିଁକି ଲଗାଇଛି ଜଣାପଡିନଥିବା ବେଳେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତକୁ ଆଣିପାରିନି ବନ ବିଭାଗ କି ଅଗ୍ନିଶମ ବିଭାଗ । ରାଜ୍ୟବ୍ୟାପୀ ଜଙ୍ଗଲ ବିଭାଗକୁ ଏନେଇ କଡ଼ା ସମାଲୋଚନା କରାଯାଇଥିବା ବେଳେ ସରକାରଙ୍କ ପାରିବା ପଣିଆ ଉପରେ ଲେକେ ପ୍ରଶ୍ନ ଉଠାଇଛନ୍ତି । ବିଭିନ୍ନ ଜିଲ୍ଲାର ଜଙ୍ଗଲରେ ଏବେବି ନିଆଁ ଲାଗି ରହିଥିବା ଜଣାପଡ଼ିଛି । ଏହି ଜଙ୍ଗଲ ନିଆଁକୁ ନେଇ ବିଭିନ୍ନ ଜିଲ୍ଲାର ପ୍ରଶାସନ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । କେମିତି ନିଆଁକୁ ଆୟତ୍ତ କରାଯିବ ତାହା ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି ।
More Stories
କୃଷ୍ଣ-ତାରା ମୁହାଁମୁହିଁ….
୩ ଆପ୍ ପାର୍ଷଦ ବିଜେପିରେ ଯୋଗଦେଲେ……
କଂଗ୍ରେସକୁ ଫେରିବା ନେଇ ଇସାରା ଦେଲେ ପ୍ରଫୁଲ୍ଲ!……