ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ମହାମାରୀ ସମୟରେ ମାସ୍କ ଏବଂ ପିପିଇ କିଟ୍ କିଣାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଭିଜିଲାନ୍ସ ବିଭାଗ ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। ଆସନ୍ତା ୨୬ ତାରିଖରେ ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ। ଅଭିଯୋଗକାରୀ ସୁଶାନ୍ତ ପାଢ଼ୀ ଏବଂ ସୁଦର୍ଶନ ଦାସଙ୍କ ପକ୍ଷରୁ ଏ ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, କରୋନା ମହାମାରୀ ସମୟରେ ବାହାର ରାଜ୍ୟରୁ ରାଜ୍ୟ ସରକାର ମାସ୍କ ଏବଂ ପିପିଇ କିଟ୍ କିଣିଥିଲେ। ମାତ୍ର ଏଥିରେ ଦୁର୍ନୀତି ହୋଇଥିବା ଏବଂ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସୁଶାନ୍ତ ପାଢ଼ୀ ଏବଂ ସୁଦର୍ଶନ ଦାସଙ୍କ ପକ୍ଷରୁ ଏ ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହା ପରେ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତ ରାଜ୍ୟ ଭିଜିଲାନ୍ସ ବିଭାଗକୁ ନିର୍ଦେଶ ଦେଇଥିଲେ।






More Stories
ପୁଣି ୨ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର…..
ସିଧା ଏନକାଉଣ୍ଟର…..
OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା…..