Report Card Odisha

| Daily Odia News

ଭଗବାନ ରାମ ଏବଂ ଶ୍ରୀକୃଷ୍ଣଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ତୁଳନା କଲେ ତୀରଥ ସିଂହ ରାଓ୍ବତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସଂଶା ବଢ଼ିବାରେ ଲାଗିଛି | ଏଭଳି ଏକ ପ୍ରଶଂସା ଆସିଛି ଉତ୍ତରାଖଣ୍ଡରୁ | ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମ ଏବଂ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରିଛନ୍ତି ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ । ସେ କହିଛନ୍ତି, ଯେଉଁଭଳି ଭାବେ ଦ୍ବାପର ଏବଂ ତ୍ରେତୟା ଯୁଗରେ ଭଗବାନ ରାମ ଏବଂ ଶ୍ରୀକୃଷ୍ଣଙ୍କୁ ତାଙ୍କର କର୍ମ ପାଇଁ ଲୋକମାନେ ଭଗବାନ ମାନିଛନ୍ତି ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଆଗାମୀ ଦିନରେ ଲୋକମାନେ ଭଗବାନଙ୍କ ଭଳି ମାନିବେ । ହରିଦ୍ବାରରେ ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ । ପ୍ରଧାନମନ୍ତ୍ରୀ ମୋଦି ଭଗବାନ ଭଳି ମାନନ୍ତି ତୀରଥ ସିଂହ ରାଓ୍ବତ୍ । ମୋଦିଙ୍କୁ ଏତେ ମାତ୍ରାରେ ତାରିଫ୍‌ କଲେ ଯେ ଭାବୁକ ହୋଇ କହିଦେଲେ ମୋଦି ହେଉଛନ୍ତି କଳିଯୁଗର ଭଗବାନ ରାମ । ଏହା ସହିତ ରାଓ୍ବତ କହିଛନ୍ତି, ପୂର୍ବରୁ ଭାରତର ନେତାମାନଙ୍କୁ ବିଶ୍ବରେ ପରିଚୟ ମିଳୁନଥିଲା କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ବଦଳାଇଛନ୍ତି । ବର୍ତ୍ତମାନ ବିଶ୍ବର ବଡ ବଡ ନେତା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫଟୋ ଉଠାଇବାକୁ ଲାଳାୟତ । ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁସବୁ ଜନମଙ୍ଗଳକାରୀ କାର୍ଯ୍ୟ ହାତକୁ ନେଇଛନ୍ତି ତାହା ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି ରାଓ୍ବତ କହିଛନ୍ତି । ମୋଦି ଦେଶ ପାଇଁ ଯେଉଁଭଳି କାର୍ଯ୍ୟ କରୁଛନ୍ତି ଲୋକମାନେ ତାଙ୍କର ଜୟ-ଜୟକାର କରିବା ଉଚିତ । ଏହା ସହିତ ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ କହିଛନ୍ତି, ‘ମୋଦି ହେ ତୋ ମୁମ୍‌କିନ୍‌ ହେ’ ।

Breaking News