ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ଅର୍ଥ କମିଟି ବୈଠକ ଶେଷ ହୋଇଛି । ଏହି ବୈଠକରେ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଉକ୍ତ ବଜେଟକୁ ଆଗାମୀ ଦିନରେ ହେବାକୁ ଥିବା ପରିଚାଳନା କମିଟିରେ ଅନୁମୋଦିତ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି । ଆଗାମୀ ପରିଚାଳନା କମିଟିରେ ଏହା ଅନୁମୋଦିତ ହେବ । ରଥ ପାଇଁଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସାଙ୍କ ସୁରକ୍ଷା ପାଇଁ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ସେବାୟତଙ୍କ ସହାୟତା ପାଇଁ ବ୍ୟୟବରାଦ ହୋଇଛି ୫ କୋଟି । ଏଥି ସହିତ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଇଛି । ତେବେ ୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହୋଇଥିବା ବେଳେ ଆଉ ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ । ଅନ୍ୟ ଏକ ନୂଆ ଭକ୍ତ ନିବାସ ଉଦ୍ଦେଶ୍ୟରେ ସ୍ଥାନ ନିରୂପଣ ସନ୍ଧାନ କରାଯାଉଛି। ଖଣି ଖାଦାନ ରୁ ୧୦ କୋଟିରୁ ଅଧିକ ରାଜସ୍ବ ସଂଗ୍ରହ କରାଯିବ ପାଇଁ ଲକ୍ଷ୍ୟ ରଖାଯାଇଛି । ଭକ୍ତଙ୍କ ଦାନ ଅର୍ଥ ବଢାଇବା ପାଇଁଁ ବ୍ୟବସ୍ଥା ହୋଇଛି । ସେହିପରି ୨୦୨୩ର ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ୧ ହଜାର କୋଟି କରିବା ପାଇଁ ଉଦ୍ୟମ କରାଯିବ। ବଡଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ସୁରକ୍ଷା ପାଇଁ କଡା ପଦକ୍ଷେପ ନିଆଯିବ। ଏନଏସଜିକୁ ସୁରକ୍ଷା ବ୍ୟବସ୍ଥା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ତିନିଟି ପ୍ରସ୍ତାବ ଉପରେ ଅବଗତ କରାଯିବ । ଅର୍ଥ ସବ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର ।
More Stories
୧୦ ଦ୍ଵୀପରେ ଉଡ଼ିବ ତ୍ରିରଙ୍ଗା…..
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହରସାଲ୍…..
କମିବାର ନାଁ ନେଉନାହିଁ ଝାଡାବାନ୍ତି : ୮୮ ଆକ୍ରାନ୍ତ…..