Report Card Odisha

| Daily Odia News

୪୫ ବର୍ଷରୁ ଅଧିକ ଲୋକ ନେଇପାରିବେ କରୋନା ଟୀକା:କେନ୍ଦ୍ର ସରକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସରକାର କୋଭିଡ-୧୯ ଟିକାକରଣ ଖୋଲିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି କହିଛନ୍ତି। ସେ କହିଛନ୍ତି ଯେ, ଏପ୍ରିଲ ୧ ପରେ ୪୫ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଟିକାକରଣ କରିପାରିବେ। ଏପର୍ଯ୍ୟନ୍ତ, ମେଡିକାଲ୍ ପ୍ରଫେସନାଲ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବ୍ୟତୀତ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୫ ବର୍ଷରୁ ଅଧିକ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ଟିକାକରଣ କରାଯାଉଥିଲା । ଏପ୍ରିଲ ୧ ରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ପାଇଁ କୋମର୍ବିଡିଟି ସାର୍ଟିଫିକେଟ୍ ଆବଶ୍ୟକ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। କରୋନାଭାଇରସ୍ ଟାସ୍କଫୋର୍ସ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ କେନ୍ଦ୍ର କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର। କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ୪.୮୫ କୋଟି ଲୋକ ଏବେ କୋଭିଡ ଟିକାର ପ୍ରଥମ ଡୋଜ ନେଇ ସାରିଥିବା ବେଳେ ୮୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେଇସାରିଛନ୍ତି। ଯଥେଷ୍ଟ ପରିମାଣରେ କରୋନା ଟିକା ମହଜୁଦ ରହିଛି। ଲୋକେ ଅଚିନ୍ତାରେ ଟିକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। କରୋନା ସଂକ୍ରମଣ ବଢ଼ୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଟିକାକରଣ ଦ୍ବାରା ସଂକ୍ରମଣକୁ କମ କରାଯାଇ ପାରିବାର ଲକ୍ଷ୍ୟ ରଖି ୪୫ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପୂର୍ବଭଳି ଯେଉଁମାନେ ସରକାରୀ ଟିକାକରଣ କେନ୍ଦ୍ରରେ ଟିକା ନେବେ ସେମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ହେଲେ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେଲେ ୨୫୦ ଟଙ୍କା ଦେଇ ଟିକା ନେବାକୁ ପଡ଼ିବ।

Breaking News