ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ଦ୍ବାରା ପରିଚାଳତି ଇଞ୍ଜିନିୟରିଂ ପାଠ୍ୟକ୍ରମର ପ୍ରଥମ ଓ ତୃତୀୟ ସେମିଷ୍ଟର ଅଫଲାଇନ୍ ପରୀକ୍ଷା ୨୨ ଏପ୍ରିଲରୁ ଆରମ୍ଭ ହେବ। ଏନେଇ ଶନିବାର ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବି.ଟେକ୍, ବି.ପ୍ଲାନ୍ ଏବଂ ବି.ଫାର୍ମା, ବି.ଆର୍କ, ଇଣ୍ଟିଗ୍ରେଟେଡ ଏମବିଏ, ଏମବିଏ (ପାର୍ଟ ଟାଇମ୍), ଏମସିଏ, ଏମ. ଆର୍କ ଏବଂ ଇଣ୍ଟିଗ୍ରେଟେଡ ଏମ.ଏସସି ପାଠ୍ୟକ୍ରମର ପ୍ରଥମ ଓ ତୃତୀୟ ସେମିଷ୍ଟର ପରୀକ୍ଷା ହେବ। ଏମ୍ବିଏ, ଏମ.ଆର୍କ, ଏମ. ଫାର୍ମା, ଏମ.ଟେକ୍ ଏବଂ ଏମ.ଏସସିର ପ୍ରଥମ ସେମିଷ୍ଟର ପରୀକ୍ଷା କୋଭିଡ କଟକଣା ଭିତରେ କରାଯିବ। ପରୀକ୍ଷା ସଂକ୍ରାନ୍ତ ସମସ୍ତ ବିବରଣୀ ବିପିୟୁଟି ୱେବସାଇଟ (www.bputexam.in)ରେ ଅପଲୋଡ କରାଯାଇଛି।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..