ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶା ଗସ୍ତରେ ଏନ୍ଏସ୍ଜିର ୫ଜଣିଆ ଟିମ୍ ଓଡିଶା ଗସ୍ତରେ ଆସିଛନ୍ତି । ବିଭିନ୍ନ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ସହ ମକଡ୍ରିଲ୍ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ଲିଙ୍ଗରାଜ ମନ୍ଦିରର ସୁରକ୍ଷା ଯାଞ୍ଚ କରିବେ ଏନଏସଜି । ଏନ୍ଏସ୍ଜିର ୫ ଜଣିଆ ଟିମ୍ ଲିଙ୍ଗନାଜ ମନ୍ଦିରରେ ପହଞ୍ଚି ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି । ଏହି ୫ଜଣିଆ ଟିମ୍ରେ ଦୁଇଜଣ ବରିଷ୍ଠ ଅଧିକାରୀ ଅଛନ୍ତି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ମକଡ୍ରିଲ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆତଙ୍କବାଦୀଙ୍କ ଅଚାନକ ହମଲାକୁ କିଭଳି ଏଡା ଯାଇ ପାରିବ ଏନେଇ ମକଡ୍ରିଲ କରିବ ଏନଏସଜି । ସେହିପରି ଆସନ୍ତା ୧୮ତାରିଖରେ ପୁରୀରେ ମଧ୍ୟ ଏନ୍ଏସଜି ଟିମ୍ ମକଡ୍ରିଲ୍ କରିବାର ସୂଚନା ରହିଛି । ତେବେ ଏହାପୂର୍ବରୁ କୋଣାର୍କ ମନ୍ଦିରର ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ । ବିଭିନ୍ନ ସ୍ଥାନରେ ଓଡିଶା ପୋଲିସ ସହିତ ମିଶି ମକଡ୍ରିଲ୍ କରିବାର କାର୍ଯ୍ୟକ୍ରମ ରହିଛି ।
More Stories
୧୦ ଦ୍ଵୀପରେ ଉଡ଼ିବ ତ୍ରିରଙ୍ଗା…..
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହରସାଲ୍…..
କମିବାର ନାଁ ନେଉନାହିଁ ଝାଡାବାନ୍ତି : ୮୮ ଆକ୍ରାନ୍ତ…..