Report Card Odisha

| Daily Odia News

ଆଜି ଅପରାହ୍ନରେ ଓଡିଶା ଆସୁଛନ୍ତି ଜେପି ନଡ୍ଡା, ରାତିରେ ପ୍ରଧାନମନ୍ତ୍ରୀ ମୋଦି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସୁଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅପରାହ୍ନରେ ଓ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଅପରାହ୍ନରେ ୩ଟାରେ ଭୁବନେଶ୍ୱରରେ ପହଂଚି ଦଳୀୟ ଇସ୍ତାହାରକୁ ଲୋକାର୍ପଣ କରିବେ । ଶ୍ରୀ ନଡ୍ଡା ଅପରାହ୍ନ ସାଢ଼େ ୩ଟାରେ ଓଡ଼ିଶା ପାଇଁ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି(ଇସ୍ତାହାର)କୁ ଶ୍ରୀ ନଡ୍ଡା ଲୋକାର୍ପଣ କରି ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ନିର୍ବାଚନୀ ଇସ୍ତାହାରକୁ ‘ବିଜେପି ସଂକଳ୍ପ ପତ୍ର’ ଆକାରରେ ଲୋକଙ୍କ ପାଖରେ ଉପସ୍ଥାପନ କରିବ ବୋଲି ସେ କହିଛନ୍ତି । ଶ୍ରୀ ନଡ୍ଡା ମାତ୍ର ଦେଢ଼ରୁ ଦୁଇ ଘଣ୍ଟା ପାଇଁ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତି ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରେ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯିବ । ଆସନ୍ତାକାଲି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି ରାତ୍ରିଯାପନ କରିବାପରେ ୬ତାରିଖ ସକାଳ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିସି ଛକ ଓ ମଧ୍ୟାହ୍ନ ସାଢ଼େ ୧୨ଟାରେ ନବରଙ୍ଗପୁରର ଚିକିଲି ଛକଠାରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

Breaking News