ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏକ୍ସର ନୂତନ ବ୍ୟବହାରକାରୀଙ୍କୁ ପୋଷ୍ଟ କରିବା ପାଇଁ ଟଙ୍କା ଦେବାକୁ ପଡିବ ଏବଂ ଏହା ଏକ ସାମାନ୍ୟ ରାଶି ହେବ। ତେବେ ଏହି ଦେୟ କେତେ ହେବ ତାହା ଏଲନ୍ ମସ୍କ କହି ନାହାନ୍ତି।ଏଲନ୍ ମସ୍କଙ୍କ କହିବା କଥା, ଫି’ ଲାଗୁ କରିବା ପରେ ବଟ୍ ଏବଂ ନକଲି ଆକାଉଣ୍ଟରୁ ହେଉଥିବା ପୋଷ୍ଟଗୁଡିକ ହ୍ରାସ ପାଇବ, କାରଣ ବର୍ତ୍ତମାନ ସମୟରେ ଯେକେହି ନୂଆ ଆକାଉଣ୍ଟ ସୃଷ୍ଟି କରି ମନ ମୁତାବକ ଯାହା ସପକ୍ଷରେ ଚାହୁଁଛନ୍ତି ପୋଷ୍ଟ କରୁଛନ୍ତି। ବଟ୍କୁ ରୋକିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ ବୋଲି ମସ୍କ କହିଛନ୍ତି। ଏକ୍ସର ନୂଆ ନୀତି ଅନୁଯାୟୀ, ଆପଣଙ୍କୁ ଏକ୍ସରେ ପୋଷ୍ଟ କରିବା, କାହାର ପୋଷ୍ଟକୁ ଲାଇକ୍ କରିବା, କୌଣସି ପୋଷ୍ଟରେ ବୁକମାର୍କ ଏବଂ ରିପ୍ଲାଇ ଦେବା ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ। ମାଗଣାରେ କେବଳ କୌଣସି ଆକାଉଣ୍ଟକୁ ଫଲୋ କରିହେବ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..