Report Card Odisha

| Daily Odia News

କେଜ୍ରିୱାଲ୍‌ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ ଏମ୍‌ସର ଡାକ୍ତର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ମଦ ନୀତି ମାମଲାରେ ଜେଲ୍‌ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କର ଏବେ ଦିଲ୍ଲୀ ଏମସର ୫ ଜଣିଆ ଡାକ୍ତର ଟିମ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। କୋର୍ଟଙ୍କ ଆଦେଶ ଅନୁଯାୟୀ ତାଙ୍କୁ ଘରୋଇ ଖାଇବା ଦିଆଯାଉଛି। ଏବେ ଜେଲ୍‌ରେ ତାଙ୍କୁ ପ୍ରତିଦିନ ଦିଆଯାଉଛି ୪ ୟୁନିଟ୍‌ ଇନ୍‌ସୁଲିନ୍‌। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜେଲରେ ମାରିଦେବାକୁ ଷଡଯନ୍ତ୍ର ଅଭିଯୋଗ ଆଣିଥିଲେ ଆପ ମନ୍ତ୍ରୀ ଅତିଶି । କହିଥିଲେ ମଧୁମେହ ସ‌ତ୍ତ୍ବେ ଦିଆଯାଉନାହିଁ ଇନସୁଲିନ। ଏହାର ଶୁଣାଣୀ ପରେ କୋର୍ଟ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଦେଶ ଦେଇଥିଲେ। ଏଥିସହ ଗତକାଲି ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଓ ଆପ ନେତାଙ୍କ ଅଭିଯୋଗ ଉପରେ କୋର୍ଟ ଶୁଣାଣି କରିଥିଲେ। ଅଭିଯୋଗ ଅନୁଯାୟୀ ଗୁରୁବାର କେଜ୍ରିୱାଲଙ୍କ ଖାଦ୍ୟପେୟକୁ ନେଇ ଇଡି ଯେଉଁ ଦାବି କରିଥିଲା ତାହା ଉପରେ ଶୁକ୍ରବାର ଜବାବ ଦାଖଲ କରିଛନ୍ତି କେଜ୍ରିୱାଲଙ୍କ ଓକିଲ । କେଜ୍ରିୱାଲଙ୍କୁ ମୋଟ ୪୮ ଥର ଖାଦ୍ୟ ଦିଆଯାଇଛି । ୩ଥର ଆମ୍ବ ଓ ୨ଥର ସୁଗରଫ୍ରି ମିଠା ଖାଇଥିଲେ ମୁଖ୍ୟମନ୍ତ୍ରୀ।

Breaking News