Report Card Odisha

| Daily Odia News

ନିର୍ବାଚନ ଲଢିବେ ଅମୃତପାଲ ସିଂ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଖଲିସ୍ତାନୀ ସମର୍ଥକ ନେତା ଅମୃତପାଲ ସିଂହ ପଞ୍ଜାବରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ବଡ଼ ଦାବି କରିଛନ୍ତି ତାଙ୍କ ପିତା ତରସେମ ସିଂହ । କହିଛନ୍ତି ଯେ ଅମୃତପାଲ ସିଂହ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ନଥିଲେ କିନ୍ତୁ ‘ସଙ୍ଗତ’ ବା ଶିଖ ସମ୍ପ୍ରଦାୟର ଇଶାରାରେ ନିଜର ନିଷ୍ପତ୍ତି ବଦଳାଇଥିଲେ। ସଙ୍ଗତବାସୀ ଚାହୁଁଥିଲେ ଯେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ ସିଂହ ଜାତୀୟ ସୁରକ୍ଷା ଆଇନ ଅଧୀନରେ ଆସାମର ଡିବ୍ରୁଗଡ଼ ଜେଲରେ ବନ୍ଦୀ ଅଛନ୍ତି। ଅମୃତପାଲ ସିଂହ ପଞ୍ଜାବର ଖଦୁର ସାହିବ ସଂସଦୀୟ କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିବେ। ଅମୃତପାଲ ସିଂହ ନିର୍ବାଚନ ଲଢ଼ିବାକୁ ଚାହୁଁନଥିଲେ, କିନ୍ତୁ ସେ କହିଛନ୍ତି ଯେ ଯଦି ନିର୍ବାଚନ ଲଢ଼ିବା ‘ସଙ୍ଗତ’ର ନିଷ୍ପତ୍ତି ତେବେ ସେ ନିଜ ନିଷ୍ପତ୍ତି ବଦଳାଇ ‘ସଙ୍ଗତ’ ଆଗରେ ମୁଣ୍ଡ ନୁଆଁଇବେ। ଅମୃତପାଲ ସିଂହଙ୍କୁ ଗତ ବର୍ଷ ଏପ୍ରିଲରେ ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୋଧରେ କଠୋର ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲାଗୁ କରାଯାଇଥିଲା। ସେ ତାଙ୍କ ୯ ଜଣ ସହଯୋଗୀଙ୍କ ସହ ଆସାମର ଡିବ୍ରୁଗଡ଼ ଜେଲରେ ବନ୍ଦୀ ଅଛନ୍ତି ।

Breaking News