ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପତ୍ନୀ ସହ ସ୍ୱାମୀର ଅପ୍ରାକୃତିକ ସମ୍ପର୍କକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ ନାହିଁ। କାରଣ ଭାରତୀୟ ଆଇନ ଅନୁସାରେ ବିବାହ ପରେ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ଅନୈତିକ ନୁହେଁ, ଏପରି କ୍ଷେତ୍ରରେ ସ୍ତ୍ରୀର ସହମତି ମଧ୍ୟ ବିଶେଷ ଗୁରୁତ୍ୱ ବହନ କରେ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି। ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଆଣିଥିବା ଦୁଷ୍କର୍ମ ଅଭିଯୋଗ ଉପରେ ଶୁଣାଣି କରି ଏପରି କହିଛନ୍ତି କୋର୍ଟ। କୋର୍ଟ ପତ୍ନୀଙ୍କ ଆବେଦନକୁ ଖାରଜ କରିବା ସହ ପତ୍ନୀ ସହ ସ୍ୱାମୀର ଅପ୍ରାକୃତିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି କହିଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ ଗୁରୁପାଲ ସିଂହ ଅହଲୁୱାଲିଆଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ବିଚାରପତି କହିଛନ୍ତି, ଯଦି ପତ୍ନୀର ବୟସ ୧୫ ବର୍ଷରୁ କମ୍ ହୋଇନଥାଏ ତେବେ ସ୍ୱାମୀର ପତ୍ନୀ ସହ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ଭାବେ ବିବେଚନା କରାଯିବ ନାହିଁ।






More Stories
କେରଳରେ ଭୂସ୍ଖଳନ,୨ ମୃତ…..
ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ……
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..