ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅସନ୍ତୁସ ବ୍ୟକ୍ତକରି ବିଜେଡି ଛାଡ଼ିଛନ୍ତି ସନ୍ତୋଷ ଖଟୁଆ । ବିଜେଡିରୁ ଟିକେଟ ନମିଳିବା ପରେ ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଆସନ୍ତାକାଲି ଭାରତୀୟ ଜନତା ପାର୍ଟିରେ ମିଶିପାରନ୍ତି ବୋଲି ଅନୁମାନ କରାଯାଉଛି। କୁହାଯାଉଛି ଯେ ବିଜେପି ଏପର୍ଯ୍ୟନ୍ତ ନୀଳଗିରି ଆସନରେ ପ୍ରାର୍ଥୀ ଘୋଷଣା କରି ନଥିବାରୁ ବିଜେପିରେ ଯୋଗ ଦେଲା ପରେ ସନ୍ତୋଷ ଖଟୁଆଙ୍କୁ ଏଠାରେ ଟିକେଟ୍ ମିଳିପାରେ। ୨୦୧୯ରେ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ସନ୍ତୋଷ ଖଟୁଆ | ସୂଚନା ଅନୁସାରେ- ବିଜେଡି ନୀଳଗିରି ବିଧାନସଭା କ୍ଷେତ୍ର ପାଇଁ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି | ଏହା ଆଜି ଦଳ ପକ୍ଷରୁ ଘୋଷଣା ହେବା ପରେ ସନ୍ତୋଷ ଖଟୁଆ ଦଳ ଛାଡିଛନ୍ତି |






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..