ରିପୋର୍ଟ କାର୍ଡ / କୋରାପୁଟ
ଆଜି କୋରାପୁଟରେ ମାରାଥନ୍ ପ୍ରଚାର କ୍ରମରେ ଜୟପୁରରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଅବସରରେ ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନା ସଫଳତା କଥା କହିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଲାଗୁ ହୋଇଥିବା ବିଏସକେୱାଇ ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ମିଶନ୍ ଶକ୍ତି, ପିଲାଙ୍କ ଶିକ୍ଷା ପାଇଁ ଛାତ୍ର ବୃତ୍ତି, ଚାଷୀଙ୍କ ପାଇଁ କାଳିଆ ଯୋଜନା ସବୁ ସଫଳ ହୋଇଛି। ବିରୋଧୀ କିନ୍ତୁ ଏହାକୁ ଗ୍ରହଣ କରୁନାହାଁନ୍ତି। ବିରୋଧୀ ନେତାମାନେ ମିଛ କହୁଛନ୍ତି। ଆପଣଙ୍କ ନିକଟରେ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥର ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ଭୋଟ ଭିକ୍ଷା କରିଛନ୍ତି ନବୀନ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..