ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ଭୁବନେଶ୍ୱରର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କହି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ୬ମାସ ବୁଲାଇ ପ୍ରଚାର ପ୍ରସାର କରି ଟିକେଟ ଦେଇନାହିଁ । ଶନିବାର ଭୋଗରାଇ ସମେତ ଖୋର୍ଦ୍ଧା ଓ ବେଗୁନିଆ ପାଇଁ ବିଜେଡି ନିଜର ବିଧାୟକ ପ୍ରାର୍ଥୀ ଘୋଷଣା କରିବା ପରେ ଶ୍ରୀମୟୀଙ୍କୁ ଚଳିତ ନିର୍ବାଚନରେ ଦଳ କେଉଁଠି ବି ପ୍ରାର୍ଥୀ କରୁନଥିବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଦଳର ମହିଳା ଚେହେରା ଭାବେ ପରିଚିତ ଶ୍ରୀମୟୀଙ୍କୁ ବିଜେଡି ହତାଦର କରିଥିଲେ ମଧ୍ୟ ସେ ବିଜେପି ଟିକେଟରେ ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ଆଜି ନିଜର ବାକିଥିବା ୧୫ରୁ ୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି, ମାତ୍ର ବେଗୁନିଆ ଆସନରେ କାହାରିକୁ ପ୍ରାର୍ଥୀ କରିନଥିବାରୁ ଶ୍ରୀମୟୀଙ୍କ ପାଇଁ ଏହି ଆସନକୁ ଦଳ ଖାଲି ରଖିଥିବା ଚର୍ଚ୍ଚାକୁ ଅଧିକ ବଳ ମିଳିଛି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..