ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୋର୍ଡର ଶତଚେଷ୍ଟା ସତ୍ତ୍ୱେ ଭାଇରାଲ୍ ହୋଇଛି ମାଟ୍ରିକ ପ୍ରଶ୍ନପତ୍ର। ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର କେନ୍ଦୁଝର ଜିଲ୍ଲାରେ ଭାଇରାଲ୍ ହେଉଛି। ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ରରେ ସେଟ୍- C ଓ D ଲେଖାଯାଇଛି। ତେବେ ପ୍ରଶ୍ନପତ୍ର କିଏ ଭାଇରାଲ କଲା,ଏତେ କଡ଼ାକଡ଼ି ନିୟମ ସ୍ୱତ୍ତେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶ୍ନ ପତ୍ର ଭାଇରାଲ ହେବାକୁ ନେଇ ବୋର୍ଡ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ପିଲାମାନେ ପରୀକ୍ଷା ଦେବାକୁ ଯିବା ଯଥେଷ୍ଟ ସମୟ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଏହାପୂର୍ବରୁ ବି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହେବା ନେଇ ଖବର ଆସିଥିଲା। ହେଲେ ଏହାକୁ ଖଣ୍ଡନ କରିଥିଲେ ବୋର୍ଡ କତ୍ତୃପକ୍ଷ।






More Stories
ରୁପା ଆମଦାନୀ ଉପରେ କଟକଣା……
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ବଢ଼ିଲା ବସ ଭଡା…..