ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ଜଣେ ୪୧ ବର୍ଷୀୟ ନର୍ସ ଅଧିକ ପରିମାଣର ଇନସୁଲିନ୍ ଦେଇ ପ୍ରାୟ ୧୭ ଜଣ ରୋଗୀଙ୍କ ଜୀବନ ନେଇଥିଲେ | ଏହି ମାମଲାରେ ହିଥର ପ୍ରେସ୍ଡିଙ୍କୁ ୭୦୦ ବର୍ଷରୁ ଅଧିକ ସମୟ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଓକିଲମାନେ ଅଭିଯୋଗ କରିଛନ୍ତି ଯେ ସେ ରୋଗୀଙ୍କୁ ବହୁତ ପରିମାଣର ଇନସୁଲିନ୍ ଦେଇଥିଲେ, ଯାହାଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ରାତି ସିଫ୍ଟ ସମୟରେ କମ୍ କର୍ମଚାରୀ ଥିବା ସମୟରେ ସେ ସାଧାରଣତ ରାତି ଇନସୁଲିନ୍ ଦେବା କଥା ପରିଚାଳନା କରୁଥିଲେ। ପ୍ରାରମ୍ଭିକ ଅଭିଯୋଗ ଦାଖଲ ହେବାର କିଛି ସମୟ ପରେ ଗତ ବର୍ଷ ପ୍ରାରମ୍ଭରେ ତାଙ୍କ ନର୍ସିଂ ଲାଇସେନ୍ସକୁ ସ୍ଥଗିତ ରଖାଯାଇଥିଲା | ସେ ୧୭ ଜଣ ରୋଗୀଙ୍କ ମୃତ୍ୟୁ କାରଣ ବନିଥିବା ବେଳେ ୧୯ ଜଣଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ସବୁ ଅପରାଧ ସେ ୨୦୨୦ରୁ ୨୦୨୩ ମସିହା ମଧ୍ୟରେ କରିଛନ୍ତି। ସେ ବିଶେଷ କରି ୪୩ରୁ ୧୦୪ ବର୍ଷ ମଧ୍ୟରେ ଧିବା ରୋଗୀମାନଙ୍କୁ ଅଧିକ ଇନ୍ସୁଲିନ୍ ଦେଇ ମାରିବାକୁ ଉଦ୍ୟମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ ମେ ମାସରେ ତାଙ୍କ ବିରୋଧରେ ୨ ଜଣ ରୋଗୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଲାଗିବା ପରେ ପୋଲିସ ତଦନ୍ତ ଆରମ୍ଭ କରିବାରୁ ଘଟଣା ସାମ୍ନାକୁ ଆସିଥିଲା |






More Stories
ଆମେରିକାରେ ଭାରତୀୟଙ୍କୁ ହତ୍ୟା…..
କାର୍ଯ୍ୟକାରୀ ହେବ ; ‘ଏକ ଦେଶ ଏକ ନିର୍ବାଚନ’ !….
ବଢ଼ିଲା ନେତାଙ୍କ ସୁରକ୍ଷା…..