ରିପୋର୍ଟ କାର୍ଡ / ରାୟଗଡ଼ା
ଖାଦ୍ୟ ସୁରକ୍ଷା ଅଧିକାରୀ ସୋମବାର ଏକ ବଡ଼ ଧରଣର ଚଢାଉ କରିଛନ୍ତି। ଅଧିକାରୀମାନେ ରାୟଗଡ଼ା ସଦର ମହକୁମାରେ ଥିବା ଏକ ମଲ୍ରେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନ ମଲ୍ରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଅଧିକାରୀମାନେ ମଲ୍ରେ ଅବଧି ଶେଷ ହୋଇଥିବା ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ। ଏନେଇ ଅଧିକାରୀମାନେ ଖାଦ୍ୟ ସୁରକ୍ଷା ଆଇନ ବଳରେ ମଲ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଥିବା ଜଣାପଡିଛି। ଏପରିକି ଅଧିକାରୀମାନେ ମଲ୍ ମାଲିକଙ୍କ ନାଁରେ ଏକ ନୋଟିସ ଜାରି କରିଥିବା ସୂଚନା ମିଳିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..