ରିପୋର୍ଟ କାର୍ଡ / ରାୟଗଡ଼ା
ଖାଦ୍ୟ ସୁରକ୍ଷା ଅଧିକାରୀ ସୋମବାର ଏକ ବଡ଼ ଧରଣର ଚଢାଉ କରିଛନ୍ତି। ଅଧିକାରୀମାନେ ରାୟଗଡ଼ା ସଦର ମହକୁମାରେ ଥିବା ଏକ ମଲ୍ରେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନ ମଲ୍ରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଅଧିକାରୀମାନେ ମଲ୍ରେ ଅବଧି ଶେଷ ହୋଇଥିବା ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ। ଏନେଇ ଅଧିକାରୀମାନେ ଖାଦ୍ୟ ସୁରକ୍ଷା ଆଇନ ବଳରେ ମଲ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଥିବା ଜଣାପଡିଛି। ଏପରିକି ଅଧିକାରୀମାନେ ମଲ୍ ମାଲିକଙ୍କ ନାଁରେ ଏକ ନୋଟିସ ଜାରି କରିଥିବା ସୂଚନା ମିଳିଛି।
More Stories
ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ଭତ୍ତା ବୃଦ୍ଧି…..
ଇରାନ ସେନା ମୁଖ୍ୟ,କମାଣ୍ଡରଙ୍କ ସହିତ ୨ ବୈଜ୍ଞାନିକଙ୍କ ମୃତ୍ୟୁ…..
ଆଉ କେହି ଠକିପାରିବେନ ସରକାରୀ ଅଧିକାରୀ…..