ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଶହିଦନଗର ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକତରଫା ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ପ୍ରେମିକ ଜଣକ ଯୁବତୀଙ୍କୁ ଏସିଡ ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି। ହେଲେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଯୁବକଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରଛି। ଯୁବତୀ ଜଣକ ଗଣମାଧ୍ୟକୁ କହିଛନ୍ତି ଯେ, ଇନଷ୍ଟାଗ୍ରାମରେ ସମ୍ପୃକ୍ତ ଯୁବକଙ୍କ ସହ ଫ୍ରେଣ୍ଡଶିପ ବଢିଥିଲା। ପରେ ଯୁବକଙ୍କ ଜଣକ କହିଥିଲେ, ମୁଁ ତୋତେ ଡାକିବି ତୁ ଆସିବୁ। ଯଦି ନ ଆସିବୁ ତୋତେ ଟେକି ନେବି। ଏପରିକି ମୁହଁରେ ଏସିଡ୍ ପକାଇଦେବି ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ସୋମବାର ଯୁବକ ଜଣକ ଏସିଡ ଧରି ଆସିଥିଲେ। ହେଲେ ଯୁବତୀ ଜଣକ ସ୍ଥାନୀୟ ଲୋକଙ୍କୁ ଡାକିବାରୁ ତାଙ୍କୁ କାବୁ କରି ନେଇଥିଲେ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..