ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ଦର୍ଶନ ସମୟରେ ପ୍ରବଳ ଭିଡ଼ ମଧ୍ୟରେ ଅଣନିଃଶ୍ଵାସୀ ହୋଇ ୧୦ ଜଣ ଭକ୍ତ ଅଚେତ୍ ହୋଇ ଯାଇଛନ୍ତି। ଏଥିସହ ଅନ୍ୟ କେତେଜଣ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି। ଚେତାଶୂନ୍ୟ ହୋଇଥିବା ୧୦ ଜଣଙ୍କୁ ଉଦ୍ଧାର କରି ତୁରନ୍ତ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା କହିଛନ୍ତି ପୁରୀ ଏସପି ଭିନୀତ ଅଗ୍ରଓ୍ବାଲ।






More Stories
ଦାୟିତ୍ବ ନେଲେ ସଞ୍ଜୟ ବିଶ୍ବାଳ…..
ଗୁଟଖା ବ୍ୟବସାୟ ବନ୍ଦ…..
୨୦୨୭ରୁ ନୂଆ ନିୟମ ଲାଗୁ…..