Report Card Odisha

| Daily Odia News

ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା…..

Patna, Dec 03 (ANI): Aspirants undergo a physical test during an Agniveer Army recruitment rally, at Danapur near Patna on Saturday. (ANI Photo)

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ କ୍ୟାବିନେଟ ବୈଠକରେ ତିନିଟି ବଡ଼ ନିଷ୍ପତ୍ତିରେ ମୋହର ବାଜିଛି। ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ସରକାରଙ୍କ ଚାକିରିରେ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି। ୧ ବର୍ଷ ଟ୍ରେନିଂ ଓ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ। ପୋଲିସ , ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ରହିବାର ବ୍ୟବସ୍ଥା ରହିଥିବା ନେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି। ଏଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ବି ମିଳିବ ଚାକିରି। ଅବିବାହିତା ଝିଅଙ୍କୁ ନିଯୁକ୍ତି ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତିନିଆଯାଇଛି।

Breaking News