ରିପୋର୍ଟ କାର୍ଡ / ଭୁବନେଶ୍ବର
ଗତକାଲି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସମୀକ୍ଷା ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଏହି ବୈଠକ ହୋଇଥିଲା। ଯେଉଁ ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନ ଥିବାରୁ ଡ୍ରପ ଆଉଟ ସଂଖ୍ୟା ବଢ଼ିଥାଏ, ଦୂରରେ ସ୍କୁଲ ଥିବା କାରଣରୁ ଯେଉଁ ପିଲାମାନେ ସ୍କୁଲ ଯାଇପାରୁନହାନ୍ତି, ସେହି ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍କୁଲକୁ ଉଚ୍ଚ ଅପଗ୍ରେଡ କରାଯିବା ନେଇ ନିଷ୍ପତ୍ତି ହୋଇଛି। ସେସବୁ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯିବ। ପିଲାମାନଙ୍କ ପାଠପଢା, ହଷ୍ଟେଲ ଓ ଖାଦ୍ୟର ମାନ ଯାଞ୍ଚ କରିବେ ବିଭାଗୀୟ ଅଧିକାରୀ ଓ ସଚିବ। ପିଲାମାନଙ୍କୁ ପାଠ ପଢିବାକୁ ଉତ୍ସାହିତ କରିବାକୁ ବିଭାଗ ପଦକ୍ଷେପ ନେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..