ରିପୋର୍ଟ କାର୍ଡ / ଭୁବନେଶ୍ବର
ରେଳ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଶୁକ୍ରବାର କେତେକ ରେଳ ବାତିଲ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ନମ୍ବର ୦୨୮୩୭ ସାନ୍ତ୍ରାଗାଛି-ପୁରୀ ଏକ୍ସପ୍ରେସ ସାନ୍ତ୍ରାଗାଛିରୁ ବାତିଲ ହେବାକୁ ଥିବାବେଳେ ରେଳ ନଂ ୨୦୮୩୧ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଶାଲିମାରରୁ, ରେଳ ନମ୍ବର ୧୨୮୩୯ ହାୱଡା-ଚେନ୍ନଇ ମେଲ ହାୱଡାରୁ, ରେଳ ନଂ ୦୭୦୨୯ ଅଗରତାଲା-ସିକନ୍ଦରାବାଦ ଏକ୍ସପ୍ରେସ ଅଗରତାଲାରୁ, ରେଳ ନଂ ୧୫୬୩୦ ସିଲଘାଟ-ତମ୍ବାରାମ ଏକ୍ସପ୍ରେସ ବାତିଲ ରହିବ। ସେହିପରି ରେଳ ନଂ ୨୨୮୫୦ ସିକନ୍ଦରାବାଦ-ଶାଲିମାର ଏକ୍ସପ୍ରେସ ସିକନ୍ଦରାବାଦରୁ, ରେଳ ନଂ ୨୨୮୦୪ ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ସମ୍ବଲପୁରରୁ, ରେଳ ନଂ ୧୨୮୪୨ ଚେନ୍ନଇ-ଶାଲିମାର ଏକ୍ସପ୍ରେସ, ରେଳ ନଂ ୨୨୮୩୨ ସତ୍ୟସାଇ ପ୍ରଶାନ୍ତି ନିଲୟମ (ଏସଏସପିଏନ)-ହାୱଡ଼ା ଏକ୍ସପ୍ରେସ ଏସଏସପିଏନରୁ ରେଳ ନଂ ୧୮୪୧୦ ପୁରୀ-ଶାଲିମାର ଏକ୍ସପ୍ରେସ ବାତିଲ ରହିବ। ୧୦ ତାରିଖରେ ବାତିଲ ହେବାକୁ ଥିବା ରେଳ ଗୁଡ଼ିକ ହେଲା, ରେଳ ନଂ ୦୨୮୩୮ ପୁରୀ-ସାନ୍ତ୍ରାଗାଛି ଏକ୍ସପ୍ରେସ, ରେଳ ନଂ ୨୨୮୦୩ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଶାଲିମାରରୁ ବାତିଲ ରହିବ। ରେଳ ନଂ ୧୮୪୭୭/୧୮୪୭୮ ପୁରୀ-ଯୋଗନଗରୀ ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଉଭୟ ଦିଗରୁ ମାର୍ଗ ପରିବର୍ତ୍ତନ କରି ଚାଲିବ। ଅନୁଗୋଳ-ସମ୍ବଲପୁର ସିଟି-ଝାରସୁଗୁଡ଼ା ଓ ଇବ ଦେଇ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
More Stories
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗଦେବେ ରାଷ୍ଟ୍ରପତି….
ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି…..
ୟପିରୁ ଆସିଲା ଆଳୁ….