ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସହିଦ ନଗର, ବମିଖାଲ, ରସୁଲଗଡ, ଜୟଦେବ ବିହାର, ଚକେଇସିଆଣି, ପଟିଆ, ଖଣ୍ଡଗିରି, ଆଚାର୍ଯ୍ୟ ବିହାର, ଲକ୍ଷ୍ମୀସାଗର, ପଳାସୁଣି, ପାହାଳ, ରଙ୍ଗମାଟିଆ, ସାମନ୍ତରାପୁର, ସତ୍ୟନଗର, ଶାସ୍ତ୍ରୀ ନଗର, ସୁନ୍ଦରପଦା ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଭୁବନେଶ୍ୱରରେ ମୋଟ ୫୨,୫୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୨, ୧୫୫ ଜଣ ସୁସ୍ଥ ହୋଇଥିବା ବେଳେ ୧୦୦୭୫ ଜଣ ଏବେ ବି ସକ୍ରିୟ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..