Report Card Odisha

| Daily Odia News

ସାଧାରଣ ଲକ୍ଷଣକୁ ଅବହେଳା କରନ୍ତୁନି:ସିଏମସି କମିଶନର….

ରିପୋର୍ଟ କାର୍ଡ / ଭୁବନେଶ୍ବର

ସାଧାରଣ ଲକ୍ଷଣକୁ ଅବହେଳା କରନ୍ତୁନି। ଏହାକୁ ସାଧାରଣ ଭାବନି। ତୁରନ୍ତ ଟେଷ୍ଟ କରି ଚିକିତ୍ସା ରହିଲେ ଆମେ ସଂକ୍ରମଣରୁ ରକ୍ଷା ପାଇପାରିବା । ଏଭଳି ପରାମର୍ଶ ଦେଇଛନ୍ତି ସିଏସସି କମିଶନର । କଟକ ସହରରେ କରୋନା ସ୍ଥିତି ନେଇ କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି। ଆଇସିୟୁ ବେଡ ଉପରେ ଚାପ ହ୍ରାସ ପାଇଁ ଏସ୍‌ସିବିର କ୍ଷମତାକୁ ବଢ଼ାଇବାକୁ ପ୍ରୟାସ କରାଯାଉଛି। ଏଣୁ କଟକ ଏସ୍‌ସିବି ମେଡିକାଲ୍ରେ ଆଗମୀ ଦିନରେ ଆହୁରି ୧୦୦ ବେଡ୍‌ ବୃଦ୍ଧି କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ୪୧ଟି ଆଇସିୟୁ ବେଡ ଓ ୪୦ଟି ଏଚ୍‌ଡିୟୁ ରହିବ । ଏସ୍‌ସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ, ୩୦୦ ଆଇସିୟୁ ରହିଛି। ଏସ୍‌ସିବିରେ ବେଡ ଉପଲବ୍ଧତା ବଢ଼ିଲେ ଅନ୍ୟ ଜିଲ୍ଲାର ରୋଗୀ ମଧ୍ୟ ଉପକୃତ ହୋଇପାରିବେ। ଏବେ କଟକ ସହରରେ ୩୬୮୫ ଆକ୍ଟିଭ୍‌ କେସ୍ ରହିଛି ଓ ସେଥିମଧ୍ୟରୁ ୮୮% ଆକ୍ରାନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। କୋଭିଡ୍‌ କେୟାର୍‌ ସେଣ୍ଟରରେ ୪୦ରୁ ୫୦% ଶଯ୍ୟା ପୂରଣ ହୋଇଛି। ସେଥିମଧ୍ୟରୁ ୧୦% କରୋନା ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରିବାକୁ ପଡୁଛି ବୋଲି କଟକ ସହରରେ କରୋନା ସ୍ଥିତି ନେଇ ସିଏମ୍‌ସି କମିଶନର ସୂଚନା ଦେଇଛନ୍ତି। ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି ଯେ ଘରେ ରହି ଚିକିତ୍ସିତ ହୁଅନ୍ତୁ। ଜରୁରୀ ପଡ଼ିଲେ ଆମ ନମ୍ବରେ ଜଣାନ୍ତୁ। ଜରୁରୀ ଥିଲେ ଟୋଲ୍‌ ଫ୍ରି ୧୮୦୦ ୩୪୫ ୮୨୮୯କୁ ଫୋନ୍‌ କରନ୍ତୁ। କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ନମ୍ବର ୭୦୭୭୭୭୫୫୫୫ରେ ଯୋଗାଯୋଗ କରନ୍ତୁ। ଲକ୍ଷଣ ଥାଇ ଆଣ୍ଟିଜେନ୍‌ ନେଗେଟିଭ୍‌ ଆସିଲେ ବି ଆମକୁ ଜଣାନ୍ତୁ। କୋଭିଡ୍‌ ହସ୍‌ପିଟାଲ୍‌ରେ ସନ୍ଦିଗ୍ଧ ରୋଗୀ ଭାବେ ଆଡ୍‌ମିଶନ୍‌ କରାଯାଇପାରିବ। କମ ଲକ୍ଷଣ ଥିବା ବ୍ୟକ୍ତି ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହି ବି ଭଲ ହେଉଛନ୍ତି। ରାପିଡ ରେସପନ୍ସ ଟିମ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖୁଛି। ହୋମ ଆଇସୋଲେସନର ସୁବିଧା ନଥିଲେ କୋଭିଡ କେୟାରକୁ ଅଣାଯାଉଛି। କୋଭିଡ କେୟାର ସେଣ୍ଟରରେ ଯଥେଷ୍ଟ ପରିମାଣର ଅମ୍ଳଜାନ ଉପଲବ୍ଧ ରହିଛି। ଦରକାର ପଡ଼ିଲେ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍‌ପିଟାଲକୁ ପଠାଯାଉଛି। କୋଭିଡ କଣ୍ଟ୍ରୋଲ ରୁମରେ ଉତ୍ସର୍ଗୀକୃତ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀ ଅଛନ୍ତି। ସମସ୍ତେ ଲକଡାଉନ୍ ଓ କୋଭିଡ୍ ନିୟମ ପାଳନ କରନ୍ତୁ । ଲକଡାଉନ୍ ଓ କୋଭିଡ୍‌ ନିୟମ ପାଳନ କଲେ ବୃଦ୍ଧି ପାଉଥିବା ସଂକ୍ରମଣ ହ୍ରାସ ପାଇପାରିବ। ଛତ୍ରବଜାରକୁ ଯାଇ ପରିବା ନ କିଣି ଘର ପାଖରେ ଥିବା ଦୋକାନରୁ ପରିବା କିଣନ୍ତୁ। ଏହାସହ ଅନ୍ୟାନ୍ୟ ଜରୁରୀ ଆବଶ୍ୟକ ଜିନିଷ ମଧ୍ୟ ଘରପାଖ ଦୋକାନରୁ କିଣିବା ପାଇଁ ସିଏମ୍‌ସି କମିଶନର ଅନନ୍ୟା ଦାସ ପରାମର୍ଶ ଦେଇଛନ୍ତି।

Breaking News