ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷର କଜାନ ସହରର ଏକ ସ୍କୁଲ ଉପରେ ଗୁଳିମାଡ ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ରୁଷର ସରକାରୀ ସଂସ୍ଥା ନୋଭସ୍ତୀ ଖବର ଏଜେନ୍ସି ଅନୁଯାୟୀ, ଏଠାରେ ଜରୁରୀକାଳିନ ସ୍ଥିତି ଲାଗୁ କରି ଦିଆଯାଇଛି । ଇଣ୍ଟରଫେକ୍ସ ସମାଚାର ଏଜେନ୍ସି ଅନୁଯାୟୀ, ରାଜଧାନୀ ମସ୍କୋଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ଥିବା ଏହି ସ୍କୁଲ ଉପରକୁ ହଠାତ୍ ୨ ଜଣ ବନ୍ଧୁକଧାରୀ ଗୁଳିମାଡ ଆରମ୍ଭ କରିଦେଲେ । ଦୁଇ ବନ୍ଧୁକଧାରୀଙ୍କ ମଧ୍ୟରୁ ସ୍ଥାନୀୟ ପୋଲିସ ଜଣଙ୍କୁ ଧରିନେଇଛି । ଧରାପଡିଥିବା ଏଇ ଅଭିଯୁକ୍ତର ବୟସ ୧୭ ବର୍ଷ । ତେବେ ପରସ୍ଥିତିକୁ ଦେଖି ସ୍କୁଲରୁ କିଛି ପିଲାଙ୍କୁ ବାହାର କରି ଦିଆଯାଇଥିଲା । ଆଉ କିଛି ପିଲା ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବା କାମ ଜାରି ରହିଥବା ଜଣେ ଅଧିକାରୀ କହିଥିଲେ । ଅଧିକାରୀ ଜଣକ କହିଥିଲେ, କଜାନର ସମସ୍ତ ସ୍କୁଲର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ରୁଷରେ ସ୍କୁଲରେ ଏପରି ଗୁଳିମାଡ ପ୍ରାୟତଃ ହୋଇ ନ ଥାଏ । କିନ୍ତୁ ଯେତେବେଳେ ବି ହୋଇଛି, ପ୍ରାୟ ସବୁଥିରେ ଛାତ୍ରମାନେ ହିଁ ଏପରି କାମ କରିଥିବା ଦେଖିବାକୁ ମିଳିଛି ।
More Stories
କ୍ଷୀର ମୂଲ୍ୟ ୧ ଟଙ୍କା କମିଲା….
ମହାରାଷ୍ଟ୍ରର ଟ୍ରେନ ଦୁର୍ଘଟଣା: ଚା‘ ବିକାଳି ଗୁଜବ ପ୍ରଚାର କରିଥିଲେ…..
ନୂଆ ଆଇନ ଆଣିବେ ତାମିଲନାଡୁ ସରକାର……