Report Card Odisha

| Daily Odia News

ବଦଳିଲା ଟିକା ନେବାର ବ୍ୟବଧାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ମୃତ୍ୟୁ ସଂଜୀବନୀ ସାଜିଛି ଟିକା | ହେଲେ ଟିକାକୁ ନେଇ ଅନେକ ଜନସାଧାରଣଙ୍କ ମନରେ ଦ୍ଵନ୍ଦ ଦେଖିବାକୁ ମିଳିଛି | ହେଲେ ପ୍ରଥମ ଡୋଜ ଟିକା ନେବାର କେତେଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ହେବ ସେନେଇ ଲୋକଙ୍କ ମନରେ ପ୍ରଶ୍ନ ଆସେ ।ଅନ୍ୟପଟେ କୋ-ୱିନ୍ ପୋର୍ଟାଲରେ ଦ୍ୱିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ଜଣାଇଛନ୍ତି । ପ୍ରଥମ ଡୋଜ୍ କୋଭିସିଲ୍ଡ ନେଇଥିବା ବ୍ୟକ୍ତି ୪୨ ଦିନ ଅର୍ଥାତ୍ ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ନେବେ । ପୂର୍ବରୁ ଏହା ୪ ସପ୍ତାହ ବା ୨୮ ଦିନ ଥିଲା । ଏଥିରେ ସଂଶୋଧନ କରାଯାଇଛି । ଏବେ କୋ-ୱିନ୍ ପୋର୍ଟାଲରେ ସେହି ଅନୁସାରେ ଟିକା ନେବା ସମୟ ଚୟନ କରି ପାରିବେ । ପ୍ରଥମ ଡୋଜର ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ନେଇ ହେବ । ସେହିଭଳି କୋଭାକ୍ସିନ୍ ଟିକା ନେବାର ୨୮ରୁ ୪୨ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେଇ ହେବ ।

Breaking News