ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାର ପ୍ରକୋପ ଜାରିରହିଥିବା ବେଳେ ଚିନ୍ତାବଢ଼ାଇଛି ଡେଙ୍ଗୁ | ଜାନୁୟାରୀ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ୧୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ବିଭିନ୍ନ ପାର୍କରେ ଜମିଥିବା ପାଣି ସଫା କରାଯାଇଛି । ଚଳିତ ମାସରେ ଏପର୍ଯ୍ୟନ୍ତ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପାଣି ଜମା ହୋଇ ରହିଲେ ଡେଙ୍ଗୁ ମଶା ବଂଶ ବିସ୍ତାର କରେ । ଘର ଚାରି ପାଖ ସଫା ରଖନ୍ତୁ । ପାଣି ଜମା କରିବାକୁ ଦିଅନ୍ତୁ ନାହିଁ । ସପ୍ତାହରେ ଗୋଟିଏ ଦିନ ଡ୍ରାଏ ଡେ ପାଳନ କରନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ । ଜ୍ବର ସହ ଗୋଡ ହାତ ଘୋଳା ବିନ୍ଧା ହେଲେ ଟେଷ୍ଟ କରନ୍ତୁ । କେବଳ ସରକାରୀ ମେଡିକାଲରେ ଟେଷ୍ଟ କରନ୍ତୁ । ଘରୋଇ ମେଡିକାଲରେ ଟେଷ୍ଟ କରନ୍ତୁ ନାହିଁ । ଡେଙ୍ଗୁ ଟେଷ୍ଟ କରିବାର ସଠିକ୍ ମାନଦଣ୍ଡକୁ ଧ୍ୟାନ ଦିଆଯାଉନାହିଁ । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ, RMRC , AIIMS ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..