ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନାର ଦ୍ୱିତୀୟ ଲହର ଜାରିରହିଥିବା ବେଳେ ତୃତୀୟ ଲହର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି | ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନା ଭାଇରସର ତୃତୀୟ ଲହର ଆସିଯାଇପାରେ । ଏନେଇ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆସିଏମ୍ଆର୍)ର ଡିଭିଜନ ଅଫ୍ ଏପିଡେମିୟୋଲୋଜି ଆଣ୍ଡ କମ୍ୟୁନିକେବଲ ଡିଜିଜର ମୁ୍ଖ୍ୟ ଡାକ୍ତର ସମିରନ ପାଣ୍ଡେ ଅନୁମାନ କରିଛନ୍ତି। ଏକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସମୟରେ ସେ କହିଛନ୍ତି କରୋନା ସଂକ୍ରମଣର ତୃତୀୟ ଲହର ଦ୍ୱିତୀୟ ଭଳି ଏତେ ଭୟାବହ ନ ହୋଇପାରେ । ହେଲେ ସମ୍ପୂର୍ଣ୍ଣ ଦେଶ ପୁଣିଥରେ କରୋନା ମହାମାରୀ ସହ ଲଢିବ । ସେ କହିଛନ୍ତି କରୋନା ମହାମାରୀ କାରଣରୁ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇ ଯାଇଛି । ତେବେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ ସେମାନେ ଖୁବ୍ ଶୀଘ୍ର ସଂକ୍ରମିତ ହୋଇଯିବେ । ତା’ସହ ଯେଉଁମାନଙ୍କ ନିକଟରେ ଆଣ୍ଟିବଡି ଆସିଯାଇଛି ତୃତୀୟ ଲହରରେ ଏହା କମଯୋର ହୋଇପାରେ । ଯଦି ଏପରି ହେଲା ତେବେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଯିବ ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……