ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍ର ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଭାଗରେ ହୋଇଥିବା ବନ୍ୟାରେ ଅତି କମରେ ୧୨ ଜଣ ମୃତ୍ୟୁବରଣ କରିଛନ୍ତି। ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପରିସ୍ଥିତି ଅର୍ଥନୈତିକ ସ୍ଥିତିକୁ ଆଂଶିକ ଭାବରେ କ୍ଷତି ପହଞ୍ଚାଇଛି। ଦକ୍ଷିଣ-ପଶ୍ଚିମ ସିଚୁଆନ୍ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୨ ଜଣ ନିଖୋଜ ଅଛନ୍ତି ବୋଲି ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଆଉଟଲେଟ୍ ସିଜିଟିଏନ୍ ରିପୋର୍ଟ କରିଛି। ଶନିବାର ସୁଦ୍ଧା ପ୍ରାୟ ୧,୩୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।






More Stories
ଆତ୍ମବିଶ୍ୱାସ ବଢାଏ ‘ବନ୍ଦେ ମାତରମ’……
ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆକୁ ଟାଟା ମୋଟର୍ସର ବିଶାଳ ଉପହାର…..
ଜୀବନ ହାରିଲେ ମହିଳା ହୋମ୍ଗାର୍ଡ…..