ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓମାନ ମଝି ସମୁଦ୍ରରେ ବୁଡିଗଲା ତେଲ ଟ୍ୟାଙ୍କର । ଫଳରେ ୧୩ଜଣ ଭାରତୀୟ ସମେତ ମୋଟ ୧୬ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି । ସୋମବାର ଦିନ ଓମାନ ସମୁଦ୍ରରେ ଘଟିଥିଲା ଏହି ଅଘଟଣ । ଓମାନ ସାମୁଦ୍ରିକ ସୁରକ୍ଷାବାହିନୀ ପକ୍ଷରୁ କୁହାଯାଇଛି ଯେ ଜାହାଜଟି କେମୋରୋସ୍ ପତାକା ଲଗା ହୋଇଥିବା ଏକ ତେଲ ଟ୍ୟାଙ୍କର ଅଟେ । ନିଖୋଜ କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିବାକୁ ସର୍ଚ୍ଚ ଅପେରସନ ଜାରି ରହିଥିବା କୁହାଯାଇଛି । ଏହି ତେଲ ଟ୍ୟାଙ୍କର ନାମ ପ୍ରେଷ୍ଟିଜ୍ ଫାଲକନ୍ । ଜାହାଜରେ ମୋଟ ୧୬ଜଣ କ୍ରୁ ସଦସ୍ୟ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ଜଣ ଭାରତୀୟ ଓ ତିନି ଜଣ ଶ୍ରୀଲଙ୍କାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଜାହାଜଟି ପାଣିରେ ବୁଡିଯିବା ପରେ ଓଲଟି ପଡିଥିଲା ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..