Report Card Odisha

| Daily Odia News

ବିଦ୍ୟୁତ୍‌ ପ୍ଲାଣ୍ଟ୍‌ରରେ ଅଘଟଣ,୧୩ ଶ୍ରମିକ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶରେ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ରରେ ଟିଣ ଛପର ଖସିପଡ଼ିବାରୁ ୧୩ଜଣ ଶ୍ରମିକ ଆହତ ହୋଇଛନ୍ତି। ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ଟି ଘରୋଇ ମାଲିକାନାରେ ଚାଳିତ ଚାଲିଥିଲା | ଆଜି ସକାଳେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗୋଟାଏ ବଏଲର୍‌ର ଟିଣ ଛପର ଖସିପଡ଼ିବାରୁ ୧୩ଜଣ ଶ୍ରମିକ ଆହତ ହୋଇଛନ୍ତି। ରାଜ୍ୟ ରାଜଧାନୀ ଲକ୍ଷ୍ନୌ ଠାରୁ ପ୍ରାୟ ୩୫୦ କିଲୋମିଟର୍‌ ଦୂର ସୋନଭଦ୍ରା ଜିଲ୍ଲାରେ ଅବସ୍ଥିତ ‘ଲାଙ୍କୋ ଆନପାରା ପାଓ୍ଵାର୍‌ ଲିମିଟେଡ୍‌’ର ‘ପାଓ୍ଵାର୍‌ ଜେନେରେଟିଙ୍ଗ୍‌ ୟୁନିଟ୍‌’ମାନଙ୍କ ମଧ୍ୟରୁ ଗୋଟିକରେ ମରାମତି ଚାଲିଥିବା ବେଳେ ଦୁର୍ଘଟଣାଟି ଘଟିଛି। ଉକ୍ତ ଅଞ୍ଚଳରେ ଥିବା ଡାକ୍ତରଖାନାରେ ପ୍ରାଥମିକ ଉପଚାର ପରେ ଆଠଜଣ ଶ୍ରମିକଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟ ପାଞ୍ଚଜଣଙ୍କର ଚିକିତ୍ସା ଚାଲିଥିବା ନେଇ ୟୁନିଟ୍‌ ଚଳାଇଥିବା ‘ପାଓ୍ଵାର୍‌ କମ୍ପାନି’ର ଏକ ବିବୃତିରେ ସୂଚନା ମିଳିଛି । ଆହତମାନଙ୍କୁ ସବୁ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇବା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀମାନଙ୍କୁନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ସୋନଭଦ୍ରାସ୍ଥିତ ଘରୋଇ କମ୍ପାନି ପରିଚାଳିତ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ ‘ଲାଙ୍କୋ କମ୍ପାନି’ରେ ଘଟିଥିବା ଦୁର୍ଘଟଣା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଅବଗତ ହୋଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଲାଗି ସେ ଆଞ୍ଚଳିକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା ସଂକ୍ରାନ୍ତରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଶକ୍ତି ବିଭାଗର ଅତିରିକ୍ତ ସଚିବଙ୍କୁ କୁହାଯାଇଛି।

Breaking News