ରିପୋର୍ଟ କାର୍ଡ / ନୂଆଦିଲ୍ଲ
ୟୁକ୍ରେନ୍ -ରୁଷ ମଧ୍ୟରେ ଯୁଦ୍ଧ ତୀବ୍ର ହେଉଛି | ସେଠାକାର ସ୍ଥିତି ଉଦ୍ବେଗଜନକ ରହିଛି | ୟୁକ୍ରେନ୍ରେ ପ୍ରାୟ ୨୦ ହଜାର ଭାରତୀୟ ସୂଚନା ମିଳିଥିଲା | ଅପରେସନ ଗଙ୍ଗା ଅଭିଯାନ ଦ୍ୱାରା ଭାରତୀୟଙ୍କୁ ଉଦ୍ଧାର କରାଯାଇଛି | ଭାରତ ସରକାର ୟୁକ୍ରେନରୁ ପାଖାପାଖି ୧୩,୩୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧା କରିସାରିଲେଣି । ୬୩ଟି ବିମାନରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ୱଦେଶ ଅଣାଯାଛି। ଏ ସମ୍ପର୍କରେ ଭାରତର ବୈଦେଶିକମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏକ ପ୍ରେସ୍ ବ୍ରିଫ ଜରିଆରେ ବୈଦେଶିକମନ୍ତ୍ରଣାଳୟ କହିଛି ଯେ, ୟୁକ୍ରେନ୍ରୁ ବହୁ ସଂଖ୍ୟ୍ୟାରେ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ସେଠାରେ ଆଉ ଅଳ୍ପ କିଛି ଭାରତୀୟ ରହିଯାଇଛନ୍ତି। ସେମାନେ ୱାର୍ ଜୋନ୍ ସମି ଏବଂ ଅନ୍ୟ ଇଲାକରେ ଅଟକି ଯାଇଛନ୍ତି। ଯେଉଁମାନେ ରହିଯାଇଛନ୍ତି ସେମାନଙ୍କ ସହ ଭାରତୀୟ ଦୂତାବାସ ପକ୍ଷରୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଉଛି। ତେବେ ସମସ୍ତ ଭାରତୀୟ ଖାରକିଭ୍ ଛାଡ଼ି ସାରିଛନ୍ତି। ଯେଉଁମାନେ ଅନ୍ୟ ସହରରେ ରହିଯାଇଛନ୍ତି ସେମାନଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ଯୋଗାଯୋଗ ଆରମ୍ଭ ହୋଇଛି। ତେବେ ଆମ ଆକଳଳନ ଅନୁଯାୟୀ ଏହି ସଂଖ୍ୟା ବେଶୀ ଅଧିକ ନୁହଁ। ଆସନ୍ତା କିଛି ଘଣ୍ଟା ମଧ୍ୟରେ ପିଶୋଚ୍ୟାନ୍ ଏବଂ ଖାରକିଭ୍ରୁ ବାକି ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ପ୍ରକ୍ରିୟା ସରିଯିବ। ସେମାନଙ୍କୁ ବସ୍ରେ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଉଛି। ଏବେ ମୁଖ୍ୟ ଫୋକସ୍ ସମି ଅଛି। ସେଠାରେ ହିଂସା ପରିସ୍ଥିତି ଏବଂ ଯାନବାହନ ଅଭାବ ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି। ଏଥିପାଇଁ ଯୁଦ୍ଧ ବିରତ ହିଁ ଏକ ମାତ୍ର ସମାଧାନ ବୋଲି କୁହାଯାଛି। ଅନ୍ୟପକ୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ୟୁକ୍ରେନର ପଶ୍ଚିମ ସୀମାକୁ ଯାତ୍ରା ଆରମ୍ଭ କରିଦେଇଛନ୍ତି, ସେମାନେ ଆଉ କିଛି ଘଣ୍ଟା ଅପେକ୍ଷା କରନ୍ତୁ, ଭାରତ ସରକାର ଖୁବଶୀଘ୍ର ସେମାନଙ୍କୁ ଘରକୁ ନେଇଯିବେ । ଏହା ସହିତ ସେମାନେ ଆବଶ୍ୟକ ନିରାପତ୍ତା ମାନଦଣ୍ଡକୁ ପାଳନ କରିବା ସହ ୟୁକ୍ରେନ ଅଧିକାରୀଙ୍କ ସହଯୋଗ କରନ୍ତୁ ବୋଲି କୁହାଯାଇଛି।
More Stories
ଉଭୟ ଭାରତ-ପାକିସ୍ତାନ ସଂଯମତା ରଖନ୍ତୁ….
ପ୍ରଚୁର ଔଷଧ ମହଜୁଦ୍ ରଖ…..
ଇସ୍ରାଏଲ ନାଗରିକ କଶ୍ମୀର ଛାଡ଼…..