Report Card Odisha

| Daily Odia News

ମେକ୍ସିକୋ ଜେଲରେ ଆକ୍ରମଣ,୧୪ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରାଞ୍ଚଳ ସୀମାନ୍ତ ନଗରୀ ବାରେଜ୍‌ସ୍ଥିତ ଏକ କାରାଗାରରେ ସଶସ୍ତ୍ର ଆକ୍ରମଣରେ ଅନ୍ୟୂନ ୧୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି | ବିବୃତି ଦେଇ ଚିହୁଆହୁଆ ଷ୍ଟେଟ୍‌ ପ୍ରସିକ୍ୟୁଟର୍‌ କହିଛନ୍ତି ଯେ, କାରାଗାର ଆକ୍ରମଣରେ ନିହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୦ଜଣ ହେଉଛନ୍ତି ନିରାପତ୍ତା କର୍ମଚାରୀ ଏବଂ ୪ଜଣ କଏଦୀ। ଏହାଛଡ଼ା, ଏହି ଆକ୍ରମଣ ଯୋଗୁଁ ଆହୁରି ୧୩ଜଣ ଆହତ ହୋଇଥିବା ବେଳେ ଅନ୍ୟୂନ ୨୪ଜଣ ଖସି ପଳାଇଛନ୍ତି। କିଏ ଏହି ଆକ୍ରମଣ କଲା ତାହା ଜଣାପଡ଼ିନାହିଁ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଆକ୍ରମଣକାରୀମାନେ ଯୁଦ୍ଧକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଯାନରେ ଆସି ସ୍ଥାନୀୟ ସମୟ ସକାଳ ପ୍ରାୟ ୭ଟା ବେଳେ କାରାଗାରରେ ପହଞ୍ଚି ଗୁଳି ଚଳାଇଥିଲେ। ପରେ ମେକ୍ସିକୀୟ ସୈନିକ ଓ ରାଜ୍ୟ ପୋଲିସ କାରାଗାର ଉପରେ ନିୟନ୍ତ୍ରଣ ହାସଲ କରିଥିଲେ। ରାଜ୍ୟ ପ୍ରସିକ୍ୟୁଟର୍‌ ଅଫିସ୍‌ କହିଛି ଯେ, ତା’ର କର୍ମଚାରୀମାନେ ଘଟଣାର ତଦନ୍ତ କରୁଛନ୍ତି। ଆକ୍ରମଣ ପୂର୍ବରୁ ମୁନିସ୍‌ପାଲ୍‌ ପୋଲିସଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଦୌଡ଼ାଧାଆଁ କରି ପୋଲିସ ୪ଜଣ ଆକ୍ରମଣକାରୀଙ୍କୁ କାବୁ କରିଥିଲେ ବୋଲି ମଧ୍ୟ ପ୍ରସିକ୍ୟୁଟର୍‌ ଅଫିସ୍‌ ଜାରି କରିଥିବା ବିବୃତିରେ ଉଲ୍ଲେଖହୋଇଛି । ପରେ ଗୋଟାଏ ‘ଏସ୍‌ୟୁଭି’ରେ ଯାଉଥିବା ୨ଜଣ ବନ୍ଧୁକଧାରୀଙ୍କୁ ମଧ୍ୟ ପୋଲିସ ହତ୍ୟା କରିଥିଲା। କିନ୍ତୁ, ରବିବାର ଦିନର ଏଇ ୩ଟିଯାକ ଘଟଣାର ପରସ୍ପର ମଧ୍ୟରେ ସମ୍ପର୍କ ଅଛି କି, ନାହିଁ ଜଣାପଡ଼ି ନାହିଁ।

Breaking News