ରିପୋର୍ଟ କାର୍ଡ / ପାଟଣା
ବିହାର ଖାଗରିଆ ଜିଲ୍ଲାରେ ବୋମା ବିସ୍ଫୋରଣ ହୋଇଛି ବିସ୍ଫୋରଣରେ ୧୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୪ଜଶ ଶିଶୁ ରହିଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ସମ୍ପୃକ୍ତ ୩ ଟି ବିସ୍ଫୋରଣ ହୋଇଥିଲା, ସେଥିମଧ୍ୟରୁ ୨ ଟି ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଖାଗରିଆ ଏସପି ଅମିତେଶ କୁମାର କହିଛନ୍ତି ଯେ ୨୦ ରୁ ୨୩ ଟି ଛୋଟ ବୋମା ତଳେ ପଡ଼ିଯିବା ପରେ ଏକ ବଡ଼ ବିସ୍ଫୋରଣ ଘଟିଥିବାର ଜଣେ ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି । ସୂଚନାନୁସାରେ, ଗତକାଲି ଜଣେ ବ୍ୟକ୍ତି ଅପରାହ୍ନରେ ଅଳିଆ ଉଠାଇବା ପରେ ଘରେ ପହଞ୍ଚିଥିଲେ। ଅଳିଆ ଉଠାଇବାବେଳେ ସେ ମଥୁରପୁର ନିକଟ ଭୋକନା ବାହିୟାରରୁ ଏକ କାର୍ଟୁନ୍ ବୋମା ନେଇ ହାଟରେ ପହଞ୍ଚିଥିଲେ। ହାଟରେ ବାଉଁଶରେ ବୋମା ଭର୍ତ୍ତି ଏକ କାର୍ଟୁନ୍ ଟାଙ୍ଗିବାବେଳେ ସେ ତଳେ ପଡ଼ିଯାଇଥିଲେ। ଯେଉଁଥିପାଇଁ କାର୍ଟୁନରେ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବହୁ ହୋକ ଆହତ ହୋିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକ କହିଛନ୍ତି ଯେ ୪ ଟି ବିସ୍ଫୋରଣ ହୋଇଛି। ଲୋକମାନେ କହିଥିଲେ ଯେ ପ୍ରଥମ ବିସ୍ଫୋରଣ ସାମାନ୍ୟ ଧ୍ୱନିରେ ଥିଲା, କିନ୍ତୁ ଶେଷ ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଯେଉଁଠାରେ ଅଳିଆ ଉଠାଯାଇଥିଲା ସେହି ସ୍ଥାନଟି ଉଡିଯାଇଥିଲା ।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..