ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଆଜି ଝଣ୍ଡାଚୌକରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳର ଆଶଙ୍କା କରି ଆଜି ଝାରସୁଗୁଡ଼ାରେ ୧୪୪ ଧାରା ଲାଗୁ ହୋଇଛି। ଝାରସୁଗୁଡ଼ା ଥାନା ସମ୍ମୁଖ ଓ ଝଣ୍ଡା ଛକରୁ ଧର୍ମଶାଳା ଛକ ପର୍ଯ୍ୟନ୍ତ ୧୪୪ ଜାରି ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ମୃତ୍ୟୁକୁ ନେଇ ଗତକାଲି ବିଜେପି ପକ୍ଷରୁ ଥାନା ଘେରାଉ ଆନ୍ଦୋଳନର ଚେତାବନୀ ଦିଆଯାଇଥିଲା। ଏପଟେ ମୃତକ ଲଳିତ ସାହୁଙ୍କ ବାପା ବେଲାର୍ସନ ସାହୁ ଦେଇଥିବା ଅଭିଯୋଗରେ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଝାରସୁଗୁଡ଼ା ସଚେତନ ନାଗରିକ ମଞ୍ଚ ଓ ଅନ୍ୟ ସଂଗଠନ ପକ୍ଷରୁ ଆନ୍ଦୋଳନ ଦାବି କରିଥିଲେ। ଉଭୟ ପକ୍ଷର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏବଂ ଆଇନ୍ଶୃଙ୍ଖଳାକୁ ଦେଖି ଜିଲ୍ଲା ପୁଲିସ ପୁଲିସ ପ୍ରଶାସନ ପକ୍ଷରୁ ଆଜି ସକାଳୁ ୧୪୪ ଧାରା ଲାଗୁ କରାଯାଇଥିଲା। ୧୪୪ ଧାରା ଲାଗୁ ସତ୍ତ୍ବେ ଉଭୟ ପକ୍ଷ ଆନ୍ଦେଳନକୁ ଓହ୍ଲାଇଥିଲେ। ଝାରସୁଗୁଡ଼ା ଥାନା ନିକଟ ଝଣ୍ଡାଚୌକଠାରେ ଉଭୟ ପକ୍ଷର ଆନ୍ଦୋଳନ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….