Report Card Odisha

| Daily Odia News

ଦେଶରେ ବୃଦ୍ଧି ପାଉଛି ଡିଜିଟାଲ କାରବାର ସଂସ୍କୃତି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ ଡିଜିଟାଲ କାରବାର ସଂସ୍କୃତି ବୃଦ୍ଧି ପାଉଛି । ଆଜି ଡିଜିଟାଲ କାରବାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆକାଶବାଣୀର ‘ମନ କୀ ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ମତ ବିନିମୟ କରି ଶ୍ରୀ ମୋଦୀ କହିଛନ୍ତି ଯେ ୟୁପିଆଇ ମାଧ୍ୟମରେ ଦ୍ରୁତ ଗତିରେ ତଥା ଛୋଟ ସହରରେ ମଧ୍ୟ କାରବାର କରୁଥିବାରୁ ଦେଶର ଅର୍ଥନୀତିର ଏକ ଅଂଶ ହୋଇପାରିଛି । ସେ କହିଛନ୍ତି ଯେ ଦେଶରେ ପ୍ରତିଦିନ ୨୦ ହଜାର କୋଟି ଟଙ୍କାର ଡିଜିଟାଲ କାରବାର କରାଯାଉଛି । ଗତ ମାର୍ଚ୍ଚ ମାସରେ ୟୁପିଆଇ କାରବାର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଗତ କିଛିବର୍ଷ ଭିତରେ ଭୀମ ୟୁପିଆଇ ବହୁତ ଶୀଘ୍ର ଆମର ଅର୍ଥନୀତି ଓ ଅଭ୍ୟାସର ଅଙ୍ଗ ହୋଇସାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏବେ ଛୋଟ ଛୋଟ ସହରରେ ଏବଂ ଅଧିକାଂଶ ଗାଁରେ ମଧ୍ୟ ଲୋକେ ୟୁପିଆଇରେ ଦେଣନେଣ କରୁଛନ୍ତି । ଡିଜିଟାଲ୍ ଅର୍ଥବ୍ୟବସ୍ଥା ଦ୍ୱାରା ଦେଶରେ ଏକ ସଂସ୍କୃତି ମଧ୍ୟ ସୃଷ୍ଟି ହେଉଛି । ଗଳିକନ୍ଦିରେ ଥିବା ଛୋଟ ଦୋକାନରେ ଡିଜିଟାଲ କାରବାର ହେବାଦ୍ୱାରା ସେମାନଙ୍କୁ ଅଧିକରୁ ଅଧିକ ଗ୍ରାହକଙ୍କୁ ସେବା ଦେବା ସହଜ ହେଉଛି । ସେମାନଙ୍କୁ ଏବେ ଖୁଚୁରା ପଇସାର ମଧ୍ୟ ଅସୁବିଧା ନାହିଁ । ସମସ୍ତେ ମଧ୍ୟ ୟୁପିଆଇର ସୁବିଧାକୁ ଦୈନନ୍ଦିନ ଜୀବନରେ ଅନୁଭବ କରିପାରୁଛନ୍ତି। ଯୁଆଡ଼େ ଗଲେ ନଗଦ ଟଙ୍କା ନେଇ ଯିବାର, ବ୍ୟାଙ୍କ ଯିବାର, ଏଟିଏମ୍ ଖୋଜିବାର ଜଞ୍ଜାଳ ନାହିଁ । ମୋବାଇଲରୁ ହିଁ ସବୁ ଦେୟ ହୋଇଯାଉଛି ; କିନ୍ତୁ ଏହି ଛୋଟ ଛୋଟ ଅନଲାଇନ ଦେୟ ଦ୍ୱାରା ଦେଶରେ କେତେ ବଡ ଡିଜିଟାଲ୍ ଅର୍ଥବ୍ୟବସ୍ଥା ଗଢ଼ିଉଠିଛି । ବର୍ତ୍ତମାନ ଆମ ଦେଶରେ ପ୍ରତିଦିନ ପ୍ରାୟ ୨୦ ହଜାର କୋଟି ଟଙ୍କାର କାରବାର ହେଉଛି। ଗତ ମାର୍ଚ୍ଚ ମାସରେ ୟୁପିଆଇ କାରବାର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚିଯାଇଥିଲା। ଏହାଦ୍ୱାରା ଦେଶରେ ସୁବିଧା ମଧ୍ୟ ବଢ଼ୁଛି ଏବଂ ସାଧୁତାର ଏକ ପରିବେଶ ମଧ୍ୟ ସୃଷ୍ଟି ହେଉଛି। ଏବେ ତ ଦେଶରେ ଫିନ୍-ଟେକ୍ ସହିତ ସଂପୃକ୍ତ କେତେକ ନୂଆ ଷ୍ଟାର୍ଟ-ଅପ୍ ମଧ୍ୟ ଆଗକୁ ବଢ଼ୁଛି । ସମସ୍ତେ ଡିଜିଟାଲ କାରବାରରେ ନିଜକୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।

 

Breaking News