ରିପୋର୍ଟ କାର୍ଡ / ଭୁବନେଶ୍ୱର
ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା କାଲି ବାମ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ସାରା ଓଡ଼ିଶା ବନ୍ଦ କରିବାକୁ ଡାକରା ଦେଇଛି ବାମ ଦଳ। ବାମପନ୍ଥୀ ସଂଗଠନ ସିପିଆଇ, ସିପିଏମ୍, AITUC, BKMU ଓ AIKS ସଂଗଠନ ପକ୍ଷରୁ ମିଳିତ ଭାବେ ଏହି ବନ୍ଦ ଡାକରା ଦିଆଯାଇଛି। ତୈଳଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରତିବାଦ କରି ବାମ ଦଳ ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଦରବୃଦ୍ଧି କମାଇବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ସଂଗଠନ। ତେବେ ପୂର୍ବରୁ ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଜୁଲାଇ ୭ ତାରିଖରୁ ୧୭ ପର୍ଯ୍ୟନ୍ତ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଦଳ ନିଷ୍ପତ୍ତି ନେଇଛି ।






More Stories
୨୩ ରୁ ହାଇକୋର୍ଟ ବନ୍ଦ…..
ମୁଖ୍ୟମନ୍ତ୍ରୀ ଜାରି କଲେ ୮ସୂତ୍ରୀ ମାର୍ଗଦର୍ଶିକା…..
ବେଆଇନ ନିଯୁକ୍ତି ନେଇ ତାଗିଦ…..