ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀ ପାଇଁ ଶିକ୍ଷା ପ୍ରଭାବିତ ହୋଇଛି | ସ୍କୁଲ୍କୁ ପିଲା ଯାଇ ଯାଇପାରୁ ନଥିବାରୁ ଅନଲାଇନରେ ପାଠ ପଢା ଯାଉଛି | ଏହା ମଧ୍ୟରେ ଅନେକ ସମସ୍ୟା ଦେଖା ଦେଉଛି | ଅନଲାଇନରେ କ୍ଲାସ ବେଳେ ମୋବାଇଲ ଫୋନ ଫାଟି ଜଣେ ୧୫ ବର୍ଷୀୟ ବାଳକ ଆହତ ହୋଇଥିବା ସୂଚନା ମିଳିଛି | ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ସତନା ଜିଲ୍ଲାରେ | ଅନଲାଇନରେ ସ୍କୁଲ କ୍ଲାସରେ ଯୋଗ ଦେଇଥିବା ବେଳେ ମୋବାଇଲ ଫୋନରେ ବିସ୍ଫୋରଣ ଘଟିଛି | ସୂଚନା ଅନୁସାରେ- ଗୁରୁବାର ଅପରାହ୍ନରେ ସତନା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ଚାନ୍ଦକୁୟା ଗ୍ରାମରେ ଏହି ଘଟଣା ଘଟିଛି ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ। ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ୍ କହିଛି ଯେ ମୋବାଇଲ ବିସ୍ଫୋରଣରେ ଆହତ ବାଳକ, ରାମପ୍ରକାଶ ଭଦୌରିଆ, ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର। ମୋବାଇଲ୍ ଫୋନ୍ ସାହାଯ୍ୟରେ ସେ ଅନଲାଇନରେ ବିଦ୍ୟାଳୟ ଶ୍ରେଣୀରେ ଯୋଗ ଦେଉଥିଲେ। ଏହି ସୟରେ ହଠାତ୍ ତାଙ୍କ ମୋବାଇଲ ବିସ୍ଫୋରଣ ଘଟିଲା। ନାଗୋଦ ପୁଲିସ ଷ୍ଟେସନ ଇନ୍ସପେକ୍ଟର ଆର ପି ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସେ ତାଙ୍କ ଏହି ମୋବାଇଲ ବିସ୍ଫୋରଣ କାରଣରୁ ତାଙ୍କ ଜଂଘରେ ଗଭୀର ଆଘାତ ଲାଗିଛି। ଏହି ବିସ୍ଫୋରଣ ଘଟିବା ସମୟରେ ତାଙ୍କ ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟମାନେ କାମ ପାଇଁ ବାହାରକୁ ଯାଇଥିବାରୁ ସେ ତାଙ୍କ ଘରେ ଏକୁଟିଆ ଥିଲେ। କିନ୍ତୁ ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଶବ୍ଦ ସୃଷ୍ଟି କରିଥିଲା ଯେ ବାଳକଟିର ପଡ଼ୋଶୀମାନେ ଘଟଣା କ’ଣ ଘଟିଲା ଦେଖିବା ପାଇଁ ତାଙ୍କ ଘରକୁ ଦୌଡ଼ି ଆସିଥିଲେ। ପରେ ଘଟଣା ସଂପର୍କରେ ଖବର ପାଇବା ପରେ ପୁଲିସ୍ ଆସି ଘଟଣାସ୍ଥଳରେ ପହଞ୍ଚିବା ସହ ତାଙ୍କୁ ସତନା ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲା। ଏବେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଜବଲପୁରକୁ ପଠାଯାଇଥିବା ଜାଣିବାକୁ ମିଳିଛି।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….